ଧର୍ମପ୍ରାଣ ମହିଳାଙ୍କ ପରାଲୋକ
ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ତଳକୁସୁମା ନିବାସୀ ମନୋରମା ଦେବୀଙ୍କର ୭୩ ବର୍ଷ ବୟସରେ ସ୍ଥାନୀୟ ରଘୁନାଥପୁରସ୍ଥିତ ନିଜ ବାସଭବନରେ ମଙ୍ଗଳବାର ପରଲୋକ ଘଟିଛି । ସେ ଗତ କିଛି ମାସ ହେବ ଯକୃତ ଜନିତ ରୋଗରେ ପୀଡିତ ଥିଲେ। ଜଣେ ଧର୍ମପ୍ରାଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ସେ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ।
ପରଲୋକ ସମୟରେ ତାଙ୍କ ସ୍ବାମୀ ତଥା ତଳକୁସୁମ, ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତ୍ରିଲୋଚନ ଦ୍ବିବେଦୀ ଏବଂ ଅନ୍ୟ ସମସ୍ତ ପରିବାର ଲୋକ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ଦେବାଶିଷ ଦ୍ବିବେଦୀ ମୁଖାଗ୍ନି ଦେଇଥିଲେ। ମନୋରମା ଦେବୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
Comments are closed.