www.samajalive.in
Sunday, December 7, 2025
14.1 C
Bhubaneswar

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ହେବ କରୋନା ପରୀକ୍ଷା: ବାଚସ୍ପତି

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ପୁଲିସ ଅଧିକାରୀମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ ବୋଲି ଆଜି ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନଭେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ବିଧାନସଭା ପରିସରରେ ଏଥିପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ବ୍ୟବସ୍ଥିତ ଢଙ୍ଗରେ ଏହି ଟେଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ବିଧାନସଭା ସଭ୍ୟ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଅଲଗା ଅଲଗା କ୍ୟାବିନ୍‌ ବ୍ୟବସ୍ଥା କରାଯିବ। ଆସେମ୍ଲି ହଲ୍‌ ଏବଂ ତତ୍‌ ସଂଲଗ୍ନ ପରିସରରୁ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଓ ପ୍ରତ୍ୟେହ ସାନିଟାଇଜ୍‌ କରାଯିବ। ବିଧାନସଭା ଅଧିବେଶନ କାଳରେ ଯଦି କୌଣସି ବିଧାୟକ କିମ୍ବା କର୍ମଚାରୀଙ୍କ କରୋନା ଲକ୍ଷ୍ୟଣ ପ୍ରକାଶ ପାଏ ତାହେଲେ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ବିଧାନସଭା କାଳରେ ଯେଉଁ ସରକାରୀ ପଦାଧିକାରୀ ବିଧାନସଭାରେ ପ୍ରବେଶ କରିବେ ସେମାନଙ୍କର ମଧ୍ୟ ପୂର୍ବରୁ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ସମସ୍ତ ବିଧାୟକ, ସମ୍ପୃକ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ପ୍ରତିଷେଧକ କିଟ୍‌ ପ୍ରଦାନ କରାଯିବ। କରୋନା ପ୍ରତିଷେଧକ ସମ୍ପର୍କିତ ସମସ୍ତ ଗାଇଡ୍‌ଲାଇନ୍‌କୁ ଶତ ପ୍ରତିଶତ ପାଳନ କରିବାକୁ ମଧ୍ୟ ବାଚସ୍ପତି ନିର୍ଦେଶ ଦେଇଛନ୍ତି।
ବୈଠକରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ଶାସଚନ ସଚିବ ଶିବାନନ୍ଦ ମହାପାତ୍ର, ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories