www.samajalive.in
Sunday, December 14, 2025
19.1 C
Bhubaneswar

କରୋନା ଯୁଦ୍ଧ : ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ନିଜ ହୋଟେଲର ଦ୍ୱାର ଖୋଲିଲେ ସୋନୁ ସୁଦ୍ 

ମୁମ୍ବଇ : କରୋନା ଭାଇରସ୍ ମହାମାରୀ ସାରା ବିଶ୍ବକୁ ଗ୍ରାସ କରିବାକୁ ବସିଛି। ଏଭଳି ସମୟରେ ସାରା ବିଶ୍ବକୁ ନିଜ ଜୀବନକୁ ପାଣି ଛଡାଇ ଜରୁରୀକାଳିନ ସେବା ଯୋଗାଉଥିବା ସ୍ବାସ୍ଥ୍ୟକର୍ମୀମାନେ ସଙ୍କଟ​‌ରେ ପଡ଼ିଥିବା ଦେଖାଯାଇଛି। ଅର୍ଥାତ ସ୍ବାସ୍ଥ୍ୟକର୍ମୀମାନେ ଯେଉଁ ଘରେ ଭଡ଼ା ନେଇ ରହୁଥିଲେ ଏବେ ସେମାନଙ୍କୁ ଘର ମାଲିକ କରୋନା ଭୟରେ ଘରେ ପୁରାଉ ନଥିବା ଦେଖାଯାଉଛି। ଏପରିକି ପଡ଼ୋଶୀମାନେ ମଧ୍ୟ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା ଦୃଶ୍ୟମାନ ହେଉଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟକର୍ମୀମାନଙ୍କର ରହିବା ଏକ ପ୍ରକାର କଷ୍ଟ ସାଧ୍ୟ ହୋଇପଡ଼ିଛି। ଏହି ଭଳି ଘଡିସନ୍ଧି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍।

ସୂଚନା ଅନୁସାରେ, ବଲିଉଡ ଅଭିନେତା ସୋନୁ ସୁଦ୍ ଗୁରୁବାର ଦିନ ମୁମ୍ବାଇର ଜୁହୁରେ ଥିବା ନିଜ ହୋଟେଲର ଦ୍ବାର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସୋନୁ ସୁଦ୍ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ’ଯେବେଠାରୁ ମୁଁ ଶୁଣିଲି ଯେ, ଯେଉଁ ମେଡିକାଲ କର୍ମଚାରୀମାନେ ଆମ ଜୀବନକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ପଛାଉନାହାନ୍ତି, ସେମାନଙ୍କୁ ଘର ମାଲିକମାନେ ଘରୁ ବିତାଡ଼ିତ କରୁଛନ୍ତି ଏବଂ ସେମାନଙ୍କୁ ଖରାପ ବ୍ୟବହାର କରାଯାଉଛି। ସେବେଠାରୁ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ସ୍ଥିର କଲି।’

- Advertisement -

ଗଲ୍ଫ ନ୍ୟୁଜକୁ ସୂଚନା ଦେଇ ସୋନୁ କହିଛନ୍ତି, ’ସ୍ବାସ୍ଥ୍ୟକର୍ମୀମାନେ ନିଜ ପରିବାର ଛାଡି ପ୍ରତିଦିନ କାମ କରିବାକୁ ଯାଉଛନ୍ତି ଏବଂ ସେମାନଙ୍କର ନିଜ ଜୀବନ ପ୍ରତି ବିପଦ ରହିଛି। ଏପରି ସ୍ଥିତିରେ, ମୁଁ ଭାବିଲି ଯେ ସେମାନଙ୍କୁ ମୋ ହୋଟେଲରେ ଆଶ୍ରୟ ଦେବା ଦ୍ବାରା ସେମାନଙ୍କର ବିପଦ କିଛି ମାତ୍ରାରେ ଟଳିଯିବ ଏବଂ ସେମାନଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ। ଯାହା ଦ୍ବାରା ସେମାନଙ୍କର ବହୁତ ବଡ଼ ସମସ୍ୟା ଦୂର ହୋଇପାରିବ। ସେବେଠାରୁ ସେମାନଙ୍କ ପାଇଁ ମୁଁ ମୋର ହୋଟେଲର ଦ୍ବାର ଖୋଲି ଦେଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories