www.samajalive.in
Monday, December 15, 2025
16.1 C
Bhubaneswar

ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ

ଭୁବନେଶ୍ଵର : କରୋନା ଯୋଗୁଁ ରାଜ୍ୟରେ ଲକ୍-ଡାଉନ୍ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ପେଟ୍ରୋଲ ପମ୍ପରେ ବି ପଡିବାକୁ ଯାଉଛି । ଏଣିକି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ । ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଏହା ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲ ପମ୍ପ ଡିଲର ସଂଘର ସାଧାରଣ ସମ୍ପାଦକ । ମହାମାରୀ କରୋନାରୁ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଉତ୍କଳ ପେଟ୍ରୋଲ ପମ୍ପ ଡିଲର ସଂଘର ଏହି ନିଷ୍ପତ୍ତି ଜନସାଧାରଣଙ୍କୁ ବହୁ ମାତ୍ରାରେ ସଚେତନ କରାଇବ ବୋଲି ସଂଘର ସାଧାରଣ ସମ୍ପାଦକ କହିଛନ୍ତି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories