ରିୟାଦ: କଳା-ଗୋରା, ପିଲା-ବୁଢ଼ା, ଧନୀ-ଗରିବ କେହି ବାଦ୍ ପଡ଼ୁନାହାନ୍ତି କରୋନାର ମାୟାଜାଲରୁ । ୟୁରୋପୀୟ ଗୋରା ଲୋକଙ୍କଠାରୁ ଆଫ୍ରିକାର କଳା ଲୋକ, ନାଇଜେରିଆର ଗରିବଙ୍କଠାରୁ ଆମେରିକାର ଧନୀ ସମସ୍ତେ କରୋନା ଡ଼ରରେ ଭୟଭୀତ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ, ସ୍ପେନ୍ ରାଜକୁମାରୀଙ୍କ ପରେ ବିଶ୍ବର ସବୁଠୁ ଧନୀ ସାଉଦି ରାଜପରିବାରରେ ପଶିଛି କରୋନା । ସାଉଦି ରାଜକୁମାର ତଥା ରିଆଦର ଗଭର୍ଣ୍ଣର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ରାଜ ପରିବାରର ଶତାଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ସେମାନେ ଅସୁସ୍ଥ ହୋଇପଡ଼ିିବାରୁ ସେମାନଙ୍କୁ କିଙ୍ଗ ଫୈଜଲ ସ୍ପେସାଲିଷ୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପକ୍ଷରେ ଅଶୀତିପର ସାଉଦି ରାଜା ସଲମନ୍ ନିଜ ସୁରକ୍ଷା ନିମନ୍ତେ ଲୋହିତ ସାଗର ମଧ୍ୟସ୍ଥ ଜେହାଦ୍ ସହରରେ ଥିବା ପ୍ରାସାଦରେ ଏକାନ୍ତବାସରେ ଅଛନ୍ତି । ସେହିପରି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମନ୍ ଓ ତାଙ୍କ ପୁଅ ମଧ୍ୟ ଏକାନ୍ତବାସରେଥିବା ଜଣାପଡ଼ିଛି । ରାଜ ପରିବାରର ଚିକିତ୍ସା ନିମନ୍ତେ ସାଉଦି ସରକାର ଏକ ସ୍ବତନ୍ତ୍ର ୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଡ଼ାକ୍ତରଖାନା ପ୍ରସ୍ତୁତ କରି ରଖିଛନ୍ତି ।
ସାଉଦି ଯୁବରାଜଙ୍କୁ କରୋନା; ରାଜ ପରିବାରର ଶତାଧିକ ସଂକ୍ରମିତ
Popular Categories



