www.samajalive.in
Sunday, December 14, 2025
14.1 C
Bhubaneswar

ଜେଇଇ (ମେନ) ୨୦୨୦ : ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ

ନୂଆଦିଲ୍ଲୀ :  ଜେଇଇ (ମେନ) ୨୦୨୦ ପାଇଁ ଅନଲାଇନ ଆବେଦନ ଫର୍ମରେ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ସୁବିଧାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବୃଦ୍ଧି କରିଛି।
କୋଭିଡ-୧୯ ମହାମାରୀ କାରଣରୁ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ପରିସ୍ଥିତି କାରଣରୁ ଜେଇଇ (ମେନ) ୨୦୨୦ର ପରୀକ୍ଷାର୍ଥୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନେସନାଲ ଟେଷ୍ଟିଂ ଏଜେନ୍ସିକୁ ପରାମର୍ଶ ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ସୁବିଧା ଯୋଗାଇ ଦିଆଯାଉ। ତଦନୁଯାୟୀ, ଏନଟିଏ ପକ୍ଷରୁ ଆବେଦନପତ୍ରରେ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦିଆଯାଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories