www.samajalive.in
Sunday, December 14, 2025
14.1 C
Bhubaneswar

ପଶ୍ଚିମବଙ୍ଗରୁ ଆସିଥିଲେ ୪୪ ତମ ଆକ୍ରାନ୍ତ; ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସି ଢ଼େଙ୍କାନାଳ ମହିଳା ସଂକ୍ରମିତ

ଭୁବନେଶ୍ବର (ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୪୪ ତମ ‘କରୋନା’ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିଲେ । ସେ ମେଦିନପୁର ଅଞ୍ଚଳରୁ ଏକ ଆମ୍ବୁଲାନ୍ସରେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲକୁ ଆସିଥିଲେ । ୭ ତାରିଖରେ ସେ ମେଦିନପୁରରୁ ବାହାରିଥିଲେ। ବାଟରେ ଆସିବାବେଳେ ବାଲେଶ୍ବର ନିକଟରେ ଏକ ଦୋକାନରେ ଚା ପିଇଥିଲେ ଓ ୮ ତାରିଖରେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତି ହୋଇଥିଲେ । ୯ ତାରିଖରେ ତାଙ୍କୁ କିମ୍ସ କୋବିଦ-୧୯ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏ ସମ୍ପର୍କରେ ସୂଚନା ଦେଇଛି ।

ଗୁରୁବାର ଓଡ଼ିଶାରେ ଦୁଇଜଣ କରୋନା ସଂକ୍ରମିତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ମେଦିନପୁରରୁ ଆସିଥିବା ଏହି ବୃଦ୍ଧଙ୍କ ବ୍ୟତୀତ ଢ଼େଙ୍କାନାଳ ଜିଲାରେ ଜଣେ ମହିଳା ଚିହ୍ନଟ ହୋଇଥିଲେ । ସୂଚନା ଅନୁସାରେ ସମ୍ପୃକ୍ତ ମହିଳା ରାଜ୍ୟ ବାହାରକୁ ଯାଇ ନାହାନ୍ତି । ଜଣେ ନିଜାମୁଦ୍ଦିନ ଫେରନ୍ତା ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କୁ ସଙ୍ଗରୋଧ କରାଯାଇଥିଲା ଏବଂ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ନମୁନା ପଜିଟିଭ୍ ଆସିଛି । ସମ୍ପୃକ୍ତ ମହିଳାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ପଠାଯାଇଛି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣଙ୍କୁ ସଂଗରୋଧ କରାଯାଇଛି । ଆଉ କେହି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ତାହା ଅନୁଧ୍ୟାନ ଚାଲିଛି ବୋଲି ଜିଲାପାଳ କହିଛନ୍ତି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories