www.samajalive.in
Sunday, December 7, 2025
26.1 C
Bhubaneswar

ମାସ୍କ ଓ ଗ୍ଲୋବ୍ସ ନାହିଁ : ପଲିଥିନ୍‌ ପିନ୍ଧି ଚିକିତ୍ସା କରୁଛନ୍ତି ପାକିସ୍ତାନୀ ଡାକ୍ତର

ନୂଆଦିଲ୍ଲୀ : ପାକିସ୍ତାନରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାରରେ ପହଞ୍ଚିଲାଣି। ଇତି ମଧ୍ୟରେ ଏଥିରେ ୧୮ ଜଣଙ୍କ  ମୃତ୍ୟୁ ଘଟିଲାଣି। ସରକାର ଦେଶରେ ତାଲାବନ୍ଦ ଘୋଷଣା କରିଥିଲେ ହେଁ ଏହା ଠିକ୍‌ ଭାବେ ପାଳନ କରାଯାଉ ନାହିଁ। ଏଣୁ ସେନାକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ତେବେ ଡାକ୍ତରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇ ନଥିବାରୁ ସେମାନେ ପଲିଥିନରେ କାମ ଚଳାଉଥିବା କହିଛନ୍ତି। ପାଖତୁନ ପ୍ରଦେଶରେ ୧୮୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଠାକାର ଡାକ୍ତରଖାନା ଭଗବାନଙ୍କ ଭରସାରେ ଚାଲିଛି। ଏହି ଅଞ୍ଚଳ​‌ରେ କାର୍ଯ୍ୟ କରୁଥିବା ଅମୀର ଅଲ୍ଲୀ ଖାଁ କହିଛନ୍ତି-ଡାକ୍ତର ଓ ନର୍ସଙ୍କ ନିକଟରେ ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ପରି ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଏଠାରେ ଦୈନିକ ୪୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ଆମେମାନେ ମୁହଁରେ ଓ ହାତରେ ପଲିଥିନ ବାନ୍ଧି ରୋଗୀ ଚିକିତ୍ସା କରୁଥିବା ସେ କହିଛନ୍ତି। ଉପରିସ୍ଥ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉ ନଥିବା ସେ କହିଛନ୍ତି।

ଦେଶରେ ସ୍ବାସ୍ଥ୍ୟ ସରଞ୍ଜାମ ଅଧିକ ନଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସ୍ବୀକାର କରିଛନ୍ତି। ବିଶେଷକରି ସିନ୍ଧ ଓ ପଞ୍ଜାବ ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅର୍ଥ ଅଭାବରୁ ଇରାନକୁ ଲାଗିଥିବା ସୀମାବର୍ତ୍ତୀ ଅଞ୍ଚଳରେ ସଂକ୍ରମିତଙ୍କ ପରୀକ୍ଷା କରାଯାଇ ପାରୁ ନଥିବା ଇମ୍ରାନ କହିଛନ୍ତି। ପାକିସ୍ତାନର ଅଧିକାଂଶ ଶ୍ରଦ୍ଧାଳୁ ଦୈନିକ ଇରାନ ସୀମା ଦେଇ ପାକିସ୍ତାନ ମଧ୍ୟରେ ପ୍ରବେଶ କରୁଛନ୍ତି ା ଏମାନଙ୍କୁ ରୋକିବାରେ ପାକିସ୍ତାନ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି। ବେଲୁଚିସ୍ତାନ ପ୍ରଦେଶ​‌େ​‌ର ମଧ୍ୟ ସମାନ ଅବସ୍ଥା ପରିଲକ୍ଷିତ ହୋଇଛି। ଅନ୍ୟପଟେ ବିଶ୍ବ ସମୁଦାୟ ଏପରି ପରିସ୍ଥିତିରୁ ପାକିସ୍ତାନକୁ ଉଦ୍ଧାର କରିବା ପାଇଁ ଆବଶ୍ୟକ ସହଯୋଗ କରିବାକୁ ଦେଶର ବିଦେଶ ମନ୍ତ୍ରଣାଳୟ ଗୁହାରି କରିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories