ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାରେ ଜଣେ ଡାକ୍ତର ଓ ଜଣେ ପୁଲିସ ଅଧିକାରୀଙ୍କ ସମେତ ୬ ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ଜିଲ୍ଲାରେ ନୁଆ ୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲାରେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୨୬୫ ରେ ପହଂଚିଛି। ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪,୮୮୨ ଜଣ (୯୨.୭୩%) ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬ (୦.୪୯%)ରେ ରହିଛି । ଆଉ ୩୫୭ (୬.୭୮%) ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୪ ଜଣ ଏବଂ ଗ୍ରାମାଂଚଳରେ ୨ ଜଣ ଚିହ୍ନଟ ହୋଇ ଥିବାବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳର ୩ ଜଣ ଏବଂ ଗ୍ରାମାଂଚଳର ୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଚକାପାଦର ୭ ଜଣ, ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳର ଜଣେ ଏବଂ ଗ୍ରାମାଂଚଳର ୨ଜଣ, କ.ନୁଆଗାଁର ୨ ଜଣ, ଖଜୁରିପଡାର ୭ ଜଣ, ଫିରିଙ୍ଗିଆର ୪ ଜଣ, ଟିକାବାଲିର ୩ ଜଣ, ତୁମୁଡିବନ୍ଧର ଜଣେ ଏବଂ ଅନ୍ୟାନ୍ୟ ଜଣେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।
Popular Categories



