www.samajalive.in
Sunday, December 7, 2025
18.1 C
Bhubaneswar

ଭାରତରେ ପ୍ରଭାବିତ ହେବ ୫୦% ଘରୋଇ ନିଯୁକ୍ତି !

ଭୁବନେଶ୍ବର (ବ୍ୟୁରୋ୍): ଦେଶରେ କରୋନା ନେଇ ସାରିଲାଣି ଶହେରୁ ଅଧିକ ମୁଣ୍ଡ । ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରି ସାରିଲାଣି। ଏହି କାଳ ଭୂତାଣୁକୁ ରୋକିବା ନିମନ୍ତେ ସାରା ଦେଶରେ ୨୧ ଦିନ ଲକ୍ ଡ଼ାଉନ ଘୋଷଣା କରାଯାଇଛି । ବିଭିନ୍ନ ରାଜ୍ୟରେ କିଛି ସ୍ଥାନରେ ‘ସଟ୍ ଡ଼ାଉନ୍’ ପରି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ତଥାପି ଦିନକୁ ଦିନ ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି, ମୃତ୍ୟୁ ସଂଖ୍ୟା ଲମ୍ବିବାରେ ଲାଗିଛି । ହାରାହାରି ପ୍ରତି ୪ ଦିନରେ ମୃତ୍ୟୁ ସଂଖ୍ୟା ଦ୍ବିଗୁଣ ହେବାକୁ ଲାଗିଲାଣି । ଏହି ସ୍ଥିତିରେ ଆଗାମୀ ଦିନରେ ଭାରତରେ ବ୍ୟବସାୟ ଓ ଆର୍ଥିକ କ୍ଷେତ୍ର ଗୁରୁତର ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି । ଏପରିକି ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫୦% ପର୍ଯ୍ୟନ୍ତ ଘରୋଇ ନିଯୁକ୍ତି ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଇଛି । ସିଆଇଆଇ (ଭାରତୀୟ ଶିଳ୍ପ ପରିସଂଘ)ର ପ୍ରାୟ ୨ଶହରୁ ଊର୍ଧ୍ବ ସିଇଓ (ମୁଖ୍ୟ ନିର୍ବାହୀ)ଙ୍କ ମଧ୍ୟରେ କରାଯାଇଥିବା ଏକ ଅନ୍ ଲାଇନ୍ ସର୍ଭେ ଅନୁସାରେ ଅଧିକାଂଶ ଭାରତୀୟ କମ୍ପାନୀର ଆୟ ଭୟଙ୍କର ନିମ୍ନାଭିମୁଖୀ ହୋଇଛି । ଯାହାଲାଗି ନିଯୁକ୍ତି ଉପରେ ବିପଦ ସୃଷ୍ଟି ହୋଇଛି । ଜାନୁଆରୀ-ମାର୍ଚ୍ଚ ଓ ଏପ୍ରିଲ-ଜୁନ୍ ତ୍ରୟମାସିକରେ ବିଭିନ୍ନ କମ୍ପାନୀର ଆୟ ୧୦%ରୁ ଅଧିକ କମିବାର ଆଶଙ୍କା ଦେଖା ଦେଇଛି । ଘରୋଇ କମ୍ପାନୀର ଆୟ ଓ ଲାଭାଂଶ ହ୍ରାସର ପ୍ରଭାବ ଦେଶର ଆର୍ଥିକ ବିକାଶ ଉପରେ ପଡ଼ିବ । ଯାହା ଫଳରେ ନିଯୁକ୍ତି ପ୍ରଭାବିତ ହେବ  । ଏହି ସର୍ବେକ୍ଷଣ ଅନୁସାରେ ଲକ୍-ଡ଼ାଉନ୍ ଶେଷ ହେବା ପରେ ପ୍ରାୟ ୪୭% କମ୍ପାନୀ ନିଜର କର୍ମଚାରୀଙ୍କ ସଂଖ୍ୟା ୧୦%ରୁ ୧୫% ପର୍ଯ୍ୟନ୍ତ ହ୍ରାସ କରିବାର ସମ୍ଭାବନା ରହିଛି । ସେହିପରି ୩୨% କମ୍ପାନୀ କର୍ମଚାରୀଙ୍କ ସଂଖ୍ୟା ୧୫%ରୁ ୩୦% ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି । ସମ୍ପ୍ରତି ସାରା ଦେଶରେ ୨୪ ମାର୍ଚ୍ଚରୁ ଲକ୍ଡ଼ାଉନ ଘୋଷଣା କରାଯାଇଛି । ଏହା ଫଳରେ ଅଧିକାଂଶ ଛୋଟଛୋଟ କମ୍ପାନୀ ସମ୍ପୂର୍ଣ୍ଣ ବନ୍ଦ ରହିଛି।  କିଛି କମ୍ପାନୀ ‘ୱାର୍କ ଫ୍ରମ୍ ହୋମ୍’ ଜରିଆରେ କାର୍ଯ୍ୟ କରାଉଛନ୍ତି ।  ମାତ୍ର ଦେଶର ଉଭୟ ସଂଗଠିତ ଓ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଘରେ ବସି ରହିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories