ଭୁବନେଶ୍ବର (ବ୍ୟୁରୋ): କରୋନା ମୁକାବିଲା ନିମନ୍ତେ ଦେଶବ୍ୟାପୀ ଲକ୍ ଡ଼ାଉନ୍ କରାଯାଇଥିବା ପରିପ୍ରେକ୍ଷୀରେ ରବି ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ ପ୍ରଭାବିତ ହୋଇଛି । ତେଣୁ ଓଡ଼ିଶା ସରକାର ଏହ ପଞ୍ଜିକରଣ ଅବଧି ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ରବି ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ସମୟ ଅବଧି ୭ ଏପ୍ରିଲ ପର୍ଯ୍ୟନ୍ତ ରହିଥିଲା।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା ଅନୁସାରେ ପଞ୍ଜିକରଣ ଅବଧି ୧୪ ଏପ୍ରିଲ ଓ ଏ ସଂକ୍ରାନ୍ତରେ ଆପତ୍ତି ଅଭିଯୋଗ ଦାଖଲ ସମୟ ଅବଧି ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୭ ଜିଲାର ୧ଲକ୍ଷ ୮୩ ହଜାର ୧୬୫ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ ଓ ନବୀକରଣ କରିଛନ୍ତି ।



