www.samajalive.in
Monday, December 8, 2025
14.1 C
Bhubaneswar

କରୋନା, ବାତ୍ୟା ଓ ଜନଜୀବନ

ସୌଭାଗ୍ୟ ରଂଜନ ମହାନ୍ତି

ବର୍ତ୍ତମାନର କରୁଣ ପରିସ୍ଥିତିରେ ଦେଶ ତଥା ରାଜ୍ୟ କରୋନା ସହ କଡା ମୁକାବିଲା କରିଆସୁଛି। ଏହା ସଫଳତାର ସହ ହୋଇଆସୁଛି। ଅନ୍ୟ ଦେଶ ତୁଳନାରେ ଆମେ ଏବେ ଭଲ ସ୍ଥିତିରେ ଅଛୁ। ଠିକ୍‍ ଏହି ଭଳିଆ ପରିସ୍ଥିତିରେ ବାତ୍ୟା ଭଳି ଅକାଳ ଚଡକ ମାଡିଆସୁଛି। ତଥାପି ଏହାକୁ ମଧ୍ୟ ମୁକାବିଲା କରିବାକୁ ଓଡ଼ିଶା ପ୍ରସ୍ତୁତ। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଏପରି ଜନ ଜୀବନକୁ ଯଦି ଅସ୍ତବ୍ୟସ୍ତ କରିବାକୁ ଚାହେଁ, ମଣିଷ ଛାର ଅବା କଣ କରିପାରେ? ବର୍ତମାନ ପରିସ୍ଥିତିରେ ପ୍ରବାସୀ ମାନେ କାମଧନ୍ଦା ନପାଇ ନଖାଇ ନିପଇ ଚାଲିଚାଲି, ବସ୍‍ରେ ଟ୍ରେନରେ ନିଜ ଭିଟାମାଟି ଆଡକୁ ଚାଲି ଆସୁଥିବା ବେଳେ, ବାତ୍ୟା ଦାଉ ସାଧିବାକୁ ଯାଉଛି। ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ‘ଅମ୍ଫନ’ ବର୍ତମାନ ସିଭିଏର ସାଇକ୍ଲୋନ୍‍ରେ ପରିଣତ ହେବାକୁ ଯାଇ ଉତ୍ତର ପଶ୍ଚିମ ଆଡକୁ ଗତି କରୁଛି। ଯାହାରି ଫଳରେ କେଉଁଠାରେ ସ୍ଥଳ ଭାଗ ଛୁଇଁବ, କେତେବେଳେ ଛୁଇଁବ ସେ ନେଇ କିଛି ଠୋସ୍‍ ଖବର ପାଣିପାଗ ବିଜ୍ଞାନ କେନ୍ଦ୍ର, ପାଖରେ ନାହିଁ। ଏଣୁ ସାଧାରଣ ଲୋକ ନିଶ୍ଚିତ ଭାବେ ଦ୍ୱନ୍ଦରେ ରହିବା ସ୍ୱାଭାବିକ। ବିଶେଷ କରି ଉପକୂଳବର୍ତୀ ଅଞ୍ଚଳରେ ବାସ କରୁଥିବା ଜନସାଧାରରଙ୍କର ଆଖିରୁ ନିଦ ହଜିଯାଇଛି।

ସରକାରଙ୍କର ମଧ୍ୟ ଚିନ୍ତା ବଢିଯାଇଛି, ସେହି ଅଞ୍ଚଳରେ ରହୁଥିବା କ୍ୱାରେଣ୍ଟାଇନରେ ପ୍ରବାସୀ ମାନଙ୍କୁ ନେଇ। ଗତବର୍ଷ ଏହି ସମୟରେ ଫନି ସୃଷ୍ଟି କରି ଯାଇଥିବା ପ୍ରଳୟ ତାଣ୍ଡବ ଏବେ ମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ। ପୁଣି ଆଉ ଏକ ବାତ୍ୟା କେବଳ ବାତ୍ୟା ନୁହଁ। କରୋନା ଭୟ ମନରୁ ନ ଲିଭୁଣୁ ବେଡି ଉପରେ କୋରଡା ସଦୃଶ ବାତ୍ୟା ଆସି ହାଜର। କ୍ଷୟ କ୍ଷତିରେ ପରିମାଣ ଏତେ ବେଳୁ ତ କହି ହେବ ନାହିଁ। ପରେ ହିଁ ଜଣା ପଡ଼ିବ। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ସୃଷ୍ଟି ଏଇ ଲଘୁଚାପ ଆସ୍ତେ ଆସ୍ତେ ବାତ୍ୟା ଆଡକୁ ଗତି କରୁଛି। କେହି କେହି କହୁଛନ୍ତି ‘ଫଣି’ ଭଳିଆ କ୍ଷୟକ୍ଷତି ଘଟାଇବ। ୭୦ରୁ ୮୦ କିମି ବେଗରେ ପବନ ବହିବ। ଏ ସବୁ ଶୁଣି ସମସ୍ତେ ଚିନ୍ତିତ।

- Advertisement -

ଉଭୟ ନିମ୍ନ ଓ ଉପର ବାୟୁମଣ୍ଡଳରେ ଚାପ, ପ୍ରବାହ, ଜଳପତନର ତାପମାତ୍ରା ନିରେଖି ଦେଖିଲେ ସୂଚନା ମିଳୁଛି ଯେ ଏହା ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟବର୍ତୀ ଅଞ୍ଚଳରେ ଲେଣ୍ଡଫଲ୍‍ କରିବାର ସମ୍ଭାବନା ଅଛି କୁହାଯାଉଥିବା ବେଳେ ଅନ୍ୟ ସଂସ୍ଥା ଏହା ବଙ୍ଗଳା ଦେଶରେ ଲ୍ୟାଣ୍ଡ ଫଲ୍‍ କରିବ ବୋଲି କହୁଛି। ଯାହା ହେଉ ଆମକୁ ସତର୍କ ରହିବାକୁ ପାଣିପାଗ ସଂସ୍ଥା କହୁଛି ଯେ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବୋଲି, ଆଉ କେଉଁ ସଂସ୍ଥା ଅନ୍ୟ ପ୍ରକାରେ କହୁଛି। ଏସବୁ ଶୁଣି ଲୋକେ ଭୟଭୀତ ଅଛନ୍ତି। ଯାହା ହେଉ ଓଡ଼ିଶା ସରକାରଙ୍କ ତରଫରୁ ଏନ୍‍.ଡି.ଆର୍‍.ଏଫ୍‍, ଏସ୍‍.ଡି.ଆର୍‍.ଏଫ୍‍., ଅଗ୍ନିଶମବାହିନୀ, ବାତ୍ୟାଆଶ୍ରୟ ସ୍ଥଳ, ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଲୋକମାନଙ୍କୁ ଭୟଭୀତ ନହେବାକୁ ସୂଚନା ଦିଆଯାଉଛି। ପାଣିପାଗ ସମ୍ବନ୍ଧୀୟ ସୂଚନା ସମୟାନୁକ୍ରମେ ଜନସାଧାରଣଙ୍କୁ ଜଣାଇ ଦିଆଯାଇଛି। ମତ୍ସ୍ୟଜୀବୀ ମାନଙ୍କୁ ସାଗର ମଧ୍ୟକୁ ଯିବାକୂ ବାରଣ କରାଯାଉଛି। କରୋନା ଟେନସନ୍‍ ନଯାଉଣୁ ବାତ୍ୟାର ଜ୍ୱାଳା ସମସ୍ତଙ୍କର ଦୁଃଖକୁ ଦ୍ୱିଗୁଣିତ କରିଦେଇଛି।

ବାତ୍ୟା ସତେ ଯେମିତି ଓଡ଼ିଶାର ଚିର ସାଥୀ ପାଲଟି ଯାଇଛି। କାହିଁକି ନା ଗତ ବର୍ଷ ମେ ୩ରେ ଫଣି ବାତ୍ୟା ପରେ ଚଳିତ ବର୍ଷ ପୁଣି ମେ ଦ୍ୱିତୀୟ ସପ୍ତାହ ଓ ତୃତୀୟ ସପ୍ତାହ ମଧ୍ୟବର୍ତୀ ସମୟରେ ବାତ୍ୟା ସମ୍ଭାବନା ଦୃଢୀଭୂତ ହେବା ଫଳରେ ଜନସାଧାରଣଙ୍କର ମନରେ ଶଙ୍କା ପଶିଛି। କରୋନା ଭଳି ମହାମାରୀ ସଙ୍କଟ ବେଳେ ଆସୁଛି ଆଉ ଏକ ବିପର୍ଯ୍ୟାୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ରମଶଃ ଘନିଭୂତ ହେବାରେ ଲାଗିଛି। ଜନସାଧାରଣଙ୍କର ଦୃଢ ସ୍ପନ୍ଦନ ବି ବଢିବାରେ ଲାଗିଛି। ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଏହା ସାମୁଦ୍ରିକ ଝଡ ତଥା ବାତ୍ୟା ରୂପ ନେବ ବୋଲି ଭାରତୀୟ ପାଣିପାଗ ସଂସ୍ଥା(ଆଇ.ଏମ୍‍.ଡି) ପୂର୍ବାନୁମାନ କରିଥିବାରୁ ଉପକୂଳବର୍ତୀ ଅଞ୍ଚଳରେ ଲୋକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଅନ୍ୟ ପକ୍ଷରେ ସମ୍ଭାବ୍ୟ ବାତ୍ୟା ଯଦିଓ କେଉଁଠାରେ ଲ୍ୟାଣ୍ଡ ଫଲ୍‍ କରିବ ଏବଂ କେତେବେଳେ କରିବ, କେତେବେଳେ ଉପକୂଳ ଅତିକ୍ରମ କରିବ ଆଦି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଯାହା ହେଉ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ, ମୁକାବିଲା ମଧ୍ୟ କରିବାକକୁ ପଡିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories