www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ସଚେତନତା ଗାଡ଼ି ଶୁଭାରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁର ରୋଟାରୀ କ୍ଲବ, ଗଞ୍ଜାମ ଚାମ୍ବର ଅଫ କମର୍ସ ଏବଂ ମାରୱାଡ଼ି ମହିଳା ସମିତି ତରଫରୁ କରୋନା ସଚେତନତା ଗାଡ଼ିର ଶୁଭାରମ୍ଭ କରାଯାଇଛି। ଶନିବାର ଠାରୁ ବାହାରିଥିବା ଏହି ଗାଡ଼ି ୨୧ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ଏବଂ ଆଖାପାଖ ଅଞ୍ଚଳରେ ବୁଲିବୁଲି ଲୋକଙ୍କୁ କରୋନାର କାରଣ ଏବଂ କିପରି ଏହାଠାରୁ ଦୂରରେ ରହିପାରିବା, ସେ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରିବ। ଗତ ବର୍ଷ ଜୁଲାଇରେ ମଧ୍ୟ ଏଭଳି ଗାଡ଼ି ଶୁଭାରମ୍ଭ ହୋଇଥିଲା। ପରିକ୍ରମା ସମୟରେ କରୋନା ବାର୍ତ୍ତା, ପ୍ରଚାରପତ୍ର, ପଞ୍ଚସୂତ୍ର, ଟେଲି ମେଡିସିନ ଯୋଗାଯୋଗ ନମ୍ବର ଏବଂ ଟିକା କେନ୍ଦ୍ର ସଂପର୍କରେ ଲୋକଙ୍କୁ ସୂଚନା ଦିଆଯିବ।

ଏହି ପ୍ରକଳ୍ପକୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ସହଯୋଗ ମିଳୁଛି। ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରୋଟାରୀ ସଭାପତି ଟି.ପାର୍ଥସାରଥୀ ଏବଂ ସଂପାଦକ ତରୁଣ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଚାମ୍ବର ଅଫ କମର୍ସର ସଂପାଦକ ଭି.ସନ୍ତୋଷ କୁମାର, ମାଣୱାଡି ମହିଳା ସମିତିର ସଭାନେତ୍ରୀ ରୁବି ଖେମାନି ପ୍ରମୁଖ ଉପସ୍ଥିତ ଥିଲେ। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ଗାଡ଼ି ପରିକ୍ରମା କରିବ। କରୋନା ଦ୍ବିତୀୟ ଲହରରେ ଯେଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାହାକୁ ନେଇ ଭୟ ଦେଖାଦେଇଛି। ଏଣୁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories