www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଯୋଗୁଁ ହାହାକାର: ନେଉଛି ଜୀବନ, ଛଡ଼ାଉଛି ଜୀବିକା

ନୂଆଦିଲ୍ଲୀ: ସାରା ବିଶ୍ବରେ ଦିନକୁ ଦିନ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଓ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଉଛି। ଫଳରେ  ଘରୋଇ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହୁଥିବାରୁ ବହୁ ଲୋକଙ୍କୁ ଚାକିରି ହରାଇବାକୁ ପଡୁଛି। ସେହି ଅନୁପାତରେ ବେକାରୀ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି କୁହାଯାଇଛି। ଉଭୟ ସଙ୍ଗଠିତ ଓ ଅସଙ୍ଗଠିତ କ୍ଷେତ୍ର ନୁହେଁ, ଦୈନିକ କାମ କରି ପେଟ ପୋଷୁଥିବା ଦିନ ମଜୁରିଆଙ୍କ ସ୍ଥିତି ମଧ୍ୟ ଅତ୍ୟନ୍ତ ଖରାବ । ଭାରତରେ ସଙ୍ଗଠିତ କ୍ଷେତ୍ରରେ ୬ କୋଟି, ଅସଙ୍ଗଠିତ କ୍ଷେତ୍ରରେ୧୩ କୋଟି ଓ ୨୦ କୋଟି ଦିନ ମଜୁରିଆଙ୍କ ପେଟପାଟଣା ଉପରେ ପ୍ରଭାବ ପକାଇଛି କରୋନା ।
କରୋନା ଯୋଗୁଁ ୟୁରୋପୀୟ ଦେଶଗୁଡ଼ିକରେ ବହୁ ଲୋକ ବେକାର ହୋଇଛନ୍ତି।  କେବଳ ଆମେରିକାରେ ୩୯ ନିୟୁତ ଲୋକ ଚାକିରି ହରାଇଛନ୍ତି। ଅଲଜଜିରା ଆକଳନ ଅନୁସାରେ ଏହି ସଂଖ୍ୟା ୬୯ ନିୟୁତ ହୋଇପାରେ। ଲୋକଙ୍କ ଚାକିରି ବଞ୍ଚାଇବା ଏବଂ ଆର୍ଥିକସ୍ଥିତି ସୁଧାରିବା ଆଭିମୁଖ୍ୟ ନେଇ ୟୁରୋପ, ଏସିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସହିତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ କରୋନା ଭୂତାଣୁ ସଂକ୍ରମଣ ବହୁ ପରିମାଣରେ ବଢ଼ିଥିଲା ଏବଂ ସ୍ଥିତି ଉଦ୍‌ବେଗଜନକ ହୋଇଥିଲା। ଆମେରିକା ଓ ଚୀନ୍‌ରେ ବେକାରୀଙ୍କ ସଂଖ୍ୟା ସବୁଠୁ ଅଧିକ ବୋଲି ଜଣାପଡ଼ିଛି।
ଆମେରିକାରେ ସହରାଞ୍ଚଳରେ ଚାରିଭାଗ କର୍ମଚାରୀଙ୍କ ଚାକିରି ଯିବା ସମ୍ଭାବନା ରହିଥିବାବେଳେ ଚୀନ୍‌ରେ ଏକ ତୃତୀୟାଂଶ ଲୋକ ବେକାରୀ ହେବେ ବୋଲି ଫେଡେରାଲ୍‌ ରିଜର୍ଭ ଚେୟାର୍‌ମ୍ୟାନ୍‌ ଆକଳନ କରିଛନ୍ତି। କିନ୍ତୁ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଏହାଦ୍ବାରା ସାରା ବିଶ୍ବରେ କରୋନା ମହାମାରୀ ରୋକିବା କଷ୍ଟକର ବ୍ୟାପାର ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି।

- Advertisement -

ଭାରତରେ ଗୋଟିଏ ଦିନରେ କରୋନା ମହାମାରୀରେ ଶତାଧିକ ରୋଗୀଙ୍କ ମୃତ୍ୟୁ ହେଉଛି, କିନ୍ତୁ ଋଷ ଓ ପାକିସ୍ତାନରେ ଏବେ ସବୁଠୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଭାରତର ବିଭିନ୍ନ ସହରରୁ ଅନେକ ବ୍ୟକ୍ତି ଚାକିରି ହରାଇ ହଜାର ହଜାର ମାଇଲ୍‌ ଚାଲିଚାଲି ନିଜ ଘରକୁ ପଳାଇଛନ୍ତି। ଆମେରିକାର ମେକ୍ସିକୋ ଏବଂ ବ୍ରାଜିଲ୍‌ରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁହାର ମଧ୍ୟ ସମପରିମାଣରେ ବୃଦ୍ଧି ପାଉଛି। ଏସବୁ ଦେଶରେ ଅର୍ଥନୈତିକ କ୍ଷତି ଭରଣା ପାଇଁ ସଟ୍‌ଡାଉନ୍‌କୁ ଧୀରେ ଧୀରେ କୋହଳ କରାଯାଇଛି। ସଟ୍‌ଡାଉନ୍‌ ଓ କ୍ବାରେଣ୍ଟାଇନ୍‌ ଯୋଗୁ ପେରୁ, ଚିଲ୍ଲି ଓ ଏକୁଏଡୋର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ବ୍ୟବସାୟିକ କାରବାର ବାଧାପ୍ରାପ୍ତ ହୋଇଛି।

ବିଶ୍ବର ତୃତୀୟ କରୋନା ସଂକ୍ରମିତ ଦେଶ ବ୍ରାଜିଲ୍‌ରେ ୩,୧୨, ୦୭୪ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦, ୧୧୨ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଏଠାରେ କମ୍‌ ଲୋକଙ୍କ ଯାତାୟତ ଓ ବାଣିଜ୍ୟିକ କାରବାର କରିବାକୁ ସୁଯୋଗ ଦିଆଯାଇଛି। ପାରିବାରିକ ଘନିଷ୍ଠ ସମ୍ପର୍କ ଏବଂ ଏକାଠି ହୋଇ କାମ କରିବା ସଂକଳ୍ପ ହିଁ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ବୋଲି କୁହାଯାଇଛି।
ମେକ୍ସିକୋ ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଖଣି ଓ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି। ଋଷିଆରେ ୨୪ଘଣ୍ଟା ମଧ୍ୟରେ ୧୫୦ଜଣଙ୍କ ମୃତ୍ୟୁ ହୋଇଛି। ଋଷିଆରେ ୩,୨୬,୪୪୮ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବାବେଳେ ସେଥିମଧ୍ୟରୁ ୩୨୯ଜଣଙ୍କ ମୃତ୍ୟୁ ହୋଇଛି। ଚୀନ୍‌ରେ ୫.୧ ମିଲିୟନ୍ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ବହୁଲୋକ ବେକାରି ହୋଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories