www.samajalive.in
Monday, December 15, 2025
24.1 C
Bhubaneswar

କରୋନା ପ୍ରକୋପ ଜାରି ରହିବ ଦୁଇ ବର୍ଷ : ଆମେରିକା ବିଶେଷଜ୍ଞ

ନୂଆଦିଲ୍ଲୀ : ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସାରା ବିଶ୍ବରେ କାୟା ମେଲାଇ ଚାଲିଛି କରୋନା ଏବଂ ଏହି ମହାମାରୀ କବଳରେ ସାରା ବିଶ୍ବବାସୀ। ଏହାର ପ୍ରକୋପରୁ ରକ୍ଷା ପାଇବା ଏତେଟା ସହଜ ନୁହେଁ। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶ ବହୁ ପଦକ୍ଷେପ ନେଉଥିଲେ ମଧ୍ୟ ସେମାନେ ସଫଳ ହୋଇନାହାନ୍ତି। କରୋନା ସଂକ୍ରମଣ ରୋଗୀଙ୍କ ପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରି ନାହିଁ। ଏବେ କେବଳ କରୋନା ଔଷଧ କିମ୍ବା ଟୀକା ପ୍ରସ୍ତୁତ ପାଇଁ ଗବେଷଣା ଚାଲିଛି। ବିଶ୍ବରେ କରୋନା ସଂକ୍ରମଣ ପାଇଁ ସବୁଠୁ ପ୍ରଭାବିତ ଦେଶ ମଧ୍ୟରେ ରହିଛି ଆମେରିକା। ୨୧୨ ଦେଶକୁ କରୋନା ଛୁଇଁଥିବାବେଳେ ସଂକ୍ରମିତ ସଂଖ୍ୟା ମଧ୍ୟରୁ କେବଳ ଆମେରିକାର ଏକ ତୃତୀୟାଂଶ ବୋଲି ଜଣାପଡ଼ିଛି। ତେବେ ଏହାର ନିରାକରଣ ପାଇଁ ଆମେରିକା ବିଶେଷଜ୍ଞମାନେ ନିୟମିତ ଉଦ୍ୟମ ସାଙ୍ଗକୁ ଗବେଷଣା ଜାରି ରଖିଛନ୍ତି। ଆମେରିକାର ବିଶେଷଜ୍ଞମାନଙ୍କ ନୂଆ ଗବେଷଣା ଓ ଅଧ୍ୟୟନରୁ ଜଣାପଡ଼ିଛି ଯେ ସାରା ବିଶ୍ବରେ ଆସନ୍ତା ୧୮ ରୁ ୨୪ ମାସ ପର୍ଯ୍ୟନ୍ତ କରୋନା ଭୂତାଣୁ ପ୍ରକୋପର ପ୍ରଭାବ ଦେଖାଦେବା ସମ୍ଭାବନା ରହିଛି। ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୀବା ସମ୍ଭାବନା ରହିଥିବାରୁ ବିଶ୍ବର ସମସ୍ତ ଦେଶର ସରକାର ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଆମେରିକାର ମିନିସୋଟା ସେଣ୍ଟର ଫର ଇନଫେକସିୟସ୍ ଡିଜିଜ୍ ରିସର୍ଚ୍ଚ ଆଣ୍ଡ ପଲିସି ପକ୍ଷରୁ ‘କୋଭିଡ୍-୧୯ ଭ୍ୟୁପଏଣ୍ଟ’ ନାମରେ କରାଯାଇଥିବା ଗବେଷଣା ଓ ଅଧ୍ୟୟନରେ ଇନଫ୍ଲୁଏଞ୍ଜା ମହାମାରୀ ଗତ ପାର୍ଟନ ଉପରେ ଆଧାରିତ ରହିଛି। ଏଥିରେ ୪ ଜଣ ବୈଜ୍ଞାନିକ ସାମିଲ ହୋଇଛନ୍ତି ସେମାନେ​‌େ​‌ହଲେ ଡ. କ୍ରିଷ୍ଟନ ଏ.ମୁରୋ, ଡ. ମାର୍କ ଲିପସିଚ୍(ଡାଇରେକ୍ଟର, ସେଣ୍ଟର ଫର କମ୍ୟୁନିକେବଲ ଡିଜିଜ୍ ଡାୟନାମିକ୍ସ, ହାଓ୍ବାର୍ଡ ଟିଏନ୍ ଚାନ୍ ସ୍କୁଲ ଅଫ୍ ପବ୍ଳିକ ହେଲ୍‌ଥ୍), ଜନ୍ ଏମ ବେରି(ପ୍ରଫେସର, ତୁଳାନେ ୟୁନିଭର୍ସିଟି ସ୍କୁଲ ଅଫ୍ ପବ୍ଲିକ ହେଲଥ୍) ଓ ମାଇକେଲ ଟି ଓଷ୍ଟରହୋମ୍(ଡାଇରେକ୍ଟର, ସିଆଇଡିଆର୍‌ଏପିଏଚ୍‌)। ୧୭୦୦ ମସିହାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ବରେ ୮ ପ୍ରକାର ଇନଫ୍ଲୁଏଞ୍ଜା ମହାମାରୀକୁ ଦେଖିବାକୁ ମିଳିଛି। ଏହା ଭିତରୁ ୪ଟି ୧୯୦୦ ପରେ ଆସିଛି। ୧୯୦୦, ୧୯୧୯, ୧୯୫୭, ୧୯୬୮ ଓ ୨୦୦୯-୧୦ରେ ଏସବୁ ଇନ୍‌ଫ୍ଲୁଏଞ୍ଜା ନିଜର ପ୍ରଭାବ ବିସ୍ତାରେ ପ୍ରକୋପ ଜାରି କରିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଏସ୍‌ଏଆର୍‌ଏସ୍‌ ଓ ଏମ୍‌ଇଆର୍‌ଏସ୍‌ ଭଳି କରୋନା ଭୂତାଣୁ ରୋଗରେ ଥିବା ଏସ୍‌ଏଆର୍‌ଏସ୍‌-ସିଓଭି-୨ର ପ୍ରକୃତିଠାରୁ ଖୁବ୍ ଅଲଗା। ଇନଫ୍ଲୁଏଞ୍ଜା ଭୂତାଣୁ ଓ କୋଭିଡ୍-୧୯ ଭୂତାଣୁ ଭିତରେ ବି ଖୁବ୍ ସମାନତା ରହିଛି, ଯାହାକୁ ବୈଜ୍ଞାନିକମାନେ ମଧ୍ୟ ମାନୁଛନ୍ତି।
ଏହି ଦୁଇଟି ଭୂତାଣୁ ସଂକ୍ରମଣ ଶ୍ବାଶ ନଳୀରୁ ବ୍ୟାପିଥାଏ। ଏହା ବିନା ଲକ୍ଷଣରେ ମଧ୍ୟ ବ୍ୟାପିଥାଏ। ଦୁଇଟି ଭୂତାଣୁ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିବା ସହ ବିଶ୍ବରେ ଦ୍ରୁତ ଗତିରେ ବ୍ୟାପିଛି। ଗତ ମହାମାରୀକୁ ତୁଳନା କଲେ କୋଭିଡ୍-୧୯ ବହୁତ ବଡ ବିପଦ। ନୋଭେଲ କରୋନା ଭୂତାଣୁ ଇନଫ୍ଳୁଏଞ୍ଜାର କ୍ୟୁବେସନ୍ ପିରିୟଡ ଇନଫ୍ଲୁଏଞ୍ଜାଠାରୁ ବି ଅଧିକ। କରୋନା ଭୂତାଣୁ ରିପ୍ରଡକ୍ସନ ନମ୍ବର ମଧ୍ୟ ଇନଫ୍ଳୁଏଞ୍ଜା ମହାମାରୀଠାରୁ ଅଧିକ। ଶୀତ ଦିନ ହେଉ କିମ୍ବା ଖରାଦିନ ଗତ ମହାମାରୀରେ ଏହାର କୌଣସି ଫରକ୍ ଦେଖିବାକୁ ମିଳିନଥିଲା।
୨୦୨୦ରେ କୋଭିଡ୍-୧୯ର ଶିଖରରେ ପହଁଞ୍ଚିବା ପରେ ମଧ୍ୟ ଖରାଦିନେ ଟିକେ କମିବ। ଏଭଳି ୧-୨ ବର୍ଷ ପର୍ୟ୍ୟନ୍ତ ଚାଲିବ। ଏହା କିଛି ସ୍ଥାନୀୟ କାରକ, ଭୂଗୋଳ ଓ ନିୟନ୍ତ୍ରଣ ପାଇଁ ଉଠାଯାଇଥିବା ପଦକ୍ଷେପ ଉପରେ ନିର୍ଭର କରେ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories