www.samajalive.in
Sunday, December 7, 2025
14.1 C
Bhubaneswar

ହାଇକୋର୍ଟରେ ଆବେଦନ : ଦୁଇଟି ୱାର୍ଡ ପାଇଁଁ ହେଉ ଗୋଟିଏ କୋଭିଡ କ୍ଲିନିକ୍

କଟକ : କଟକ ଓ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପ୍ରତି ଦୁଇଟି ୱାର୍ଡ ପାଇଁ ଅତି କମରେ ଗୋଟିଏ କୋଭିଡ କ୍ଲିନିକ୍ ପ୍ରତିଷ୍ଠା କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଆବେଦନ ଦାୟର ହୋଇଛି। ଆଇନଜୀବୀ ବିଜୟ କୁମାର ରଗଡଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ କଟକ ଓ ଭୁବନେଶ୍ବରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଲୋକ ଆସୁଛନ୍ତି। ଏହି ଦୁଇ ସହରରେ ସଂକ୍ରମଣ ହାର ଏବେ ଚିନ୍ତାଜନକ ଅବସ୍ଥାରେ।

ଏଭଳି ସ୍ଥିତିରେ ସିଏମସି ଓ ବିଏମସିକୁ ପ୍ରତି ଦୁଇଟି ‌ୱାର୍ଡ଼ ପାଇଁ ଗୋଟିଏ କୋଭିଡ କ୍ଲିନିକ୍ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଉ। ଏପରି କ୍ଲିନିକ ପାଇଁ ଆବଶ୍ୟକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଉ। ଏହା ଦ୍ବାରା ଲୋକମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ମିଳି ପାରିବ, କରୋନା ଭୂତାଣୁ ପରୀକ୍ଷା ପାଇଁ ସ୍ବାବ ନିଆଯାଇ ପାରିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସିଏମସି ଓ ବିଏମସିରେ ନିର୍ବାଚିତ ପ୍ରତିନିଧି ନଥିବା ବେଳେ ସବୁ ୱାର୍ଡ ସାନିଟାଇଜ କରାଯାଉ ନାହିଁ। ତେଣୁ ସବୁ ୱାର୍ଡ ପାଇଁ ଆଡଭୋକେଟ କମିସନର ନିଯୁକ୍ତ କରାଯାଉ। ଆଡଭୋକେଟ କମିସନର ବିଭିନ୍ନ ନିୟମ ପାଳନ ଓ ସ୍ଥିତି ଅନୁଧ୍ୟାନ କରି ବିଏମସି ଓ ସିଏମସି କମିସନରଙ୍କସ ନିକଟରେ ରିପୋର୍ଟ ଦାଖଲ କରିବେ। ଏଥି ସହିତ ଆଡଭୋକେଟ କମିସନରଙ୍କୁ ସିଧା ସଳଖ କୋର୍ଟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories