ନୂଆପଡା : ରାଜ୍ୟରେ ହୁ ହୁ ହୋଇ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ପାଖାପାଖି ପହଞ୍ଚିଛି। ନୂଆପଡା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ବାସୀ ଭୟରେ ରହିଛନ୍ତି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଖଡିଆଳ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲିଠୁ ୨୪ ତାରିଖ ଯାଏଁ ଅର୍ଥାତ ୯ ଦିନ ଖଡିଆଳର ଦୋକାନ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସମସ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ବଣିକ ସଂଘ ପକ୍ଷରୁ କୁହାଯାଇଛି। ଏହି ସମୟରେ କେବଳ ସକାଳ ୫ଟା ରୁ ୧୦ ଟା ଯାଏଁ ପନିପରିବା ଦୋକାନ ଖୋଲା ରହିବ।
Popular Categories



