ନୂଆ ରେଳ ଲାଇନ ପ୍ରସଙ୍ଗ: ୩୦୦କୋଟି ମଞ୍ଜୁରୀ ସହ ଜମି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ପ୍ରକଳ୍ପ ପୁନଃବିଚାର ପାଇଁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନମନ୍ତ୍ରୀ
ଭୁବନେଶ୍ବର: ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୂଆ ରେଳପଥ ନିର୍ମାଣ ଦାବି ସଂପର୍କରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ ଲାଇନ ପାଇଁ ଚିଠି ଲେଖାଯାଇଛି। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ପ୍ରକଳ୍ପ ମଞ୍ଜୁରୀ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨୦୧୮ରେ କହିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁରୋଧ କରିଥିବା ଚିଠିରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଲ୍ଲେଖ କରିଛନ୍ତି। ଏହାସହିତ ୨୦୧୯ରେ ପ୍ରସ୍ତାବିତ ପ୍ରକଳ୍ପ ମଞ୍ଜୁର ପାଇଁ ରେଳ କର୍ତ୍ତୃପକ୍ଷ କ’ଣ କହିଥିଲେ ତାହା ଚିଠିରେ ଲେଖି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜମି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସହ ୩୦୦କୋଟି ମଞ୍ଜୁରୀ କରିଛନ୍ତି। ତେଣୁ ଏହି ପ୍ରକଳ୍ପ ମଞ୍ଜୁର ନେଇ ରେଳ କର୍ତ୍ତୃପକ୍ଷ ପୁନଃବିର୍ଚାର କରନ୍ତୁ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି।
Comments are closed.