www.samajalive.in
Sunday, December 7, 2025
26.1 C
Bhubaneswar

ଇଭିଏମ ଜଗିବା ଦାୟିତ୍ୱରେ ଥିବା ପୁଲିସ କନେଷ୍ଟବଳଙ୍କ ଲୁହାରେକ୍‍ ପଡି ମୃତ୍ୟୁ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁଲିସ ବିଭାଗରେ ଓଏପିଏଫ ଭାବରେ କାର୍ଯ୍ୟରତ ଜଣେ ପୁଲିସ କନେଷ୍ଟବଳ ଇଭିଏମ ଷ୍ଟ୍ରଙ୍ଗରୁମର ଡ୍ୟୁଟି କରୁଥିବା ସମୟରେ ଲୁହାରେକ୍‍ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ପୁଲିସ ବିଭାଗରେ ଓଏପିଏଫ କନେଷ୍ଟବଳ ଭାବରେ ୧୦ ବର୍ଷହେବ ପ୍ରକାଶ ଚନ୍ଦ୍ର ଭୋଇ(୩୨) କାର୍ଯ୍ୟ କରୁଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଭିଏମ ଷ୍ଟ୍ରଙ୍ଗରୁମରେ ସେ ଗତକାଲି ରାତି ୨ଟାରେ ତାଙ୍କର ଡ୍ୟୁଟି ଶେଷ କରିବାପରେ ଶୌଚ ହେବାକୁ ଯାଇଥିଲେ। ଶୌଚରୁ ଫେରି ନିକଟସ୍ଥ ବିଶ୍ରାମ କକ୍ଷକୁ ଯିବାକୁ ସେ ଷ୍ଟ୍ରଙ୍ଗରୁମ ବାରଣ୍ଡାକୁ ଲୁହାରେକ ଉପରେ ଭାରା ଦେଇ ଉଠିଲା ବେଳେ ଦୁର୍ଭାଗ୍ୟବଶତଃ ଲୁହାରେକ୍‍ଟି ତାଙ୍କ ଉପରେ ପଡିଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ସହକର୍ମଚାରୀମାନେ ତାଙ୍କୁ ତୁରନ୍ତ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ତାଙ୍କ ନିଜଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଝୋଲ ଗ୍ରାମ ବୋଲି ତଦନ୍ତକାରୀ ଅଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଜିଲ୍ଲା ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories