www.samajalive.in
Sunday, December 7, 2025
23.1 C
Bhubaneswar

ରାହୁଲଙ୍କ ସମ୍ଭଲ ଗସ୍ତ ସମୟରେ ପଥଚାରୀ-କଂଗ୍ରେସ କର୍ମୀ ମାରପିଟ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଉତ୍ତର ପ୍ରଦେଶର ସମ୍ଭଲ ଗସ୍ତ କରିବା ସମୟରେ ପଥଚାରୀ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହାର ଭିଡିଓ ଏ​‌ବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବା ପରେ ପଥଚାରୀମାନେ ରାହୁଲଙ୍କ ବିରୋଧରେ ନାରାବାଜି ଦେଇ ବିକ୍ଷୋଭ କରିଛନ୍ତି।

ରାଜନେତା ଏବଂ ଭିଆଇପିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ବନ୍ଦ କରି ଦିଆଯାଉଥିବାରୁ ଜନସାଧାରଣ ବହୁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ବୁଧବାର ରାହୁଲ, ଭଉଣୀ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ଦଳୀୟ କର୍ମୀଙ୍କ ସହିତ ସମ୍ଭଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ସମ୍ଭଲ ହିଂସା ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିବା ପରେ ସାଂସଦ ଦଳୀୟ କର୍ମୀଙ୍କ ସହିତ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥାଆନ୍ତେ। କିନ୍ତୁ ସମ୍ଭଲ ଅଞ୍ଚଳରେ ପ୍ରବେଶ କଟକଣା ରହିଥିବାରୁ ପୁଲିସ ଗାଜିପୁର ସୀମାରେ ରାସ୍ତା ବ୍ଲକ କରିବା ସହିତ ରାହୁଲଙ୍କୁ ଅଟକାଇଥିଲା। ଏହା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜିଥିଲା। କୌଣସି ପଥଚାରୀ କେଉଁଆଡ଼େ ଯାଇ ନ ପାରି ଭିଡ଼ରେ ଫସିରହିଥିଲେ। ଫଳରେ ସେମାନେ ବି ରାହୁଲଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ଏହାକୁ ନେଇ କଂଗ୍ରେସ କର୍ମୀ ଏବଂ ପଥଚାରୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନାକେଦମ ହୋଇପଡ଼ିଥିଲା। ଏହା ପରେ ରାହୁଲ ଏକୁଟିଆ ସମ୍ଭଲ ଯିବାକୁ ଜିଦ କରିଥିଲେ ହେଁ ପୁଲିସ ଛାଡ଼ି ନ ଥିଲା।

- Advertisement -

ଭିଡରେ ଫସିଥିବା ଜଣେ ଯାତ୍ରୀ କହିଛନ୍ତି, ଆମକୁ କାହିଁକି ଅଟକାଯାଉଛି ଆମେ ଜାଣିପାରୁ ନାହୁଁ। ଯଦି ରାହୁଲ ଆରପଟ ରାସ୍ତାରେ ଯାଉଛନ୍ତି, ତେବେ ଏପଟ ରାସ୍ତାକୁ କାହିଁକି ବ୍ଲକ କରାଯାଉଛି। ଜନସାଧାରଣ କ’ଣ ପାଇଁ ହଇରାଣ ହେବେ ?

ଅନ୍ୟଜଣେ ପଥଚାରି କହିଥିଲେ, ଆମେ କେବଳ ଆମ ରାସ୍ତା ଭିଡ଼ମୁକ୍ତ ହେବା ଚାହୁଁଛୁ। ମୋତେ ୮୦ ବର୍ଷ ହେଲାଣି। ମୁଁ ଦିଲ୍ଲୀରୁ ଆସିଛି। ମୋ ଭାଇର ଦେହାନ୍ତ ହୋଇଯାଇଛି। ତେଣୁ ମୁଁ ଏଠାରୁ ଜଲଦି ଯିବାକୁ ଚାହୁଁଛି। କିନ୍ତୁ ଏବେ କେଉଁଆଡ଼େ ଯିବୁ ବୋଲି ସେ ପ୍ରଶ୍ନ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories