www.samajalive.in
Monday, December 15, 2025
15.1 C
Bhubaneswar

ପାଲେଷ୍ଟାଇନ୍‌କୁ କଂଗ୍ରେସର ସମର୍ଥନ! ଯୁଦ୍ଧ ବିରତି ପାଇଁ ଆହ୍ୱାନ

ନୂଆଦିଲ୍ଲୀ – ସୋମବାରରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପାଲେଷ୍ଟାଇନ୍‌ର ଦାବିକୁ ସମର୍ଥନ ପ୍ରଦାନ କରାଯାଇଛି । ଏହି ବୈଠକ ପରେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କଂଗ୍ରେସ ଇସ୍ରାଏଲ୍‌ର ଲୋକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ପାଲେଷ୍ଟାଇନ୍‌ ଲୋକଙ୍କ ଅଧିକାର ଏବଂ ଦାବିକୁ ଦଳ ପକ୍ଷରୁ ସବୁବେଳେ ବିଶ୍ୱାସ କରାଯାଇଥିବା ବେଳେ ଜାତୀୟ ସୁରକ୍ଷାକୁ ଦୃଷ୍ଟି ରଖି ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ୍‌ର ଲୋକମାନେ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ଏହି ବିବାଦର ଅନ୍ତ କରନ୍ତୁ ବୋଲି କୁହାଯାଇଛି । ତୁରନ୍ତ ଯୁଦ୍ଧ ବିରତି ଘୋଷଣା ପାଇଁ ଦଳ ପକ୍ଷରୁ ଅପିଲ୍‌ କରାଯାଇଛି ।

- Advertisement -

ଟ୍ୱିଟରେ ଦଳ ପକ୍ଷରୁ ଏ ନେଇ ଏକ ପୋଷ୍ଟ କରାଯାଇଛି । ଇସ୍ରାଏଲ୍‌ର ଉପରେ ଆକ୍ରମଣ ଏବଂ ଏହାର ନାଗରିକମାନଙ୍କୁ ହତ୍ୟା ତଥା ମହିଳା ଏଂବ ଶିଶୁଙ୍କୁ ପାଲେଷ୍ଟାଇନ୍‌ର ହାମାସ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅପହରଣ ପରେ ଇସ୍ରାଏଲ୍‌ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଛି । ଏବେ ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ୍‌ ଉଭୟ ପକ୍ଷରୁ ଘନ ଘନ ରକେଟ୍‌ ମାଡ କରାଯାଉଛି । ଇସ୍ରାଏଲ୍‌ର ୮୦୦ରୁ ଅଧିକ ନାଗରିକଙ୍କ ହତ୍ୟା କରାଯାଇଥିବା ବେଳେ ଏବେ ବି ଶହ ଶହ ନାଗରିକ ନିଖୋଜ ଅଛନ୍ତି ।

ଏହି ଯୁଦ୍ଧରେ ଏବେ ୧୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଭୟାବହ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି । ଇସ୍ରାଏଲ୍‌କୁ ଏବେ ଆମେରିକା ସହ ବିଭିନ୍ନ ୟୁରୋପୀୟ ଦେଶର ସମର୍ଥନ ମିଳିଥିବା ବେଳେ ପାଲେଷ୍ଟାଇନ୍‌କୁ ଇରାନ୍‌ ସହ ଲେବାନନ୍‌ ତଥା ଅନ୍ୟ କେତକ ରାଷ୍ଟ୍ର ସମର୍ଥନ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories