www.samajalive.in
Sunday, December 14, 2025
26.1 C
Bhubaneswar

ଅତାବିରାରେ ୨୩୮ ଅଭିଯୋଗର ଶୁଣାଣି କଲେ ଜିଲାପାଳ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ସଭାକକ୍ଷରେ ସୋମବାର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରମୋଦ କୁମାର ମେହେରଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଜିଲାପାଳ ମନୀଷା ବାନାର୍ଜୀ ଉପସ୍ଥିତ ରହି ବିସ୍ଥାପିତଙ୍କ ଘରଡିହ, ଭତ୍ତା, ଆବାସ ଯୋଜନା, ପାନୀୟଜଳ ଯୋଗାଣ, ଚିକିତ୍ସା ପାଇଁ ସହାୟତା ଭଳି ବିଭିନ୍ନ ବିଭାଗରୁ ଆସିଥିବା ୨୩୮ଟି ଅଭିଯୋଗର ଶୁଣାଣି କରି ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅଭିଯୋଗ ମଧ୍ୟରେ ୧୫୪ ଜଣଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ୧୪ ଜଣଙ୍କ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା, ୨୦ ଜଣଙ୍କ ଜମି ସମ୍ବନ୍ଧୀୟ, ୬ ଜଣଙ୍କର ମନରେଗା ଯୋଜନା, ଜଣକର ଓଡ଼ିଶା ଜୀବିକା ମିଶନ ଓ ୪୩ ଜଣଙ୍କର ଅନ୍ୟାନ୍ୟ ଅଭିଯୋଗ ରହିଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ପ୍ରହଲ୍ଲାଦ ମିନା, ଉପଜିଲାପାଳ କୁମାର ନାଗଭୂଷଣ, ପ୍ରକଳ୍ପ ଅଧିକାରୀ ଆଦିତ୍ୟ ଗୋଏଲ, ଅଧ୍ୟକ୍ଷା ଗୀତାଞ୍ଜଳୀ ନାଏକ, ଉପାଧ୍ୟକ୍ଷ ଅନନ୍ତ ମେହେର ମଞ୍ଚାସିନ ରହିଥିଲେ। ଜଳ ସମ୍ପଦ ବିଭାଗ ବ୍ୟତୀତ ଅନ୍ୟ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଳକସ୍ତରୀୟ ବିଭାଗୀୟ ଅଧିକାରୀ, ପୁଲିସ ଓ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଅଭିଯୋଗକାରୀଙ୍କ ସମସ୍ୟାକୁ ଶୁଣିବା ପରେ ସେଗୁଡ଼ିକର ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗୋଡ଼ଭଗାର ମୋତିରାମ ନନ୍ଦଙ୍କୁ ୧୫ ହଜାର, ଯହ୍ନାପଡ଼ାର ପଞ୍ଚାନନ ଖମାରୀଙ୍କୁ ଓ ଜଗନ୍ନାଥ ସାହୁଙ୍କୁ ୧୫ ହଜାର, ହିର୍ଲିପାଲି(ଭୋଇ ଟିକ୍ରା)ର ରୁବିନା ବିଶିଙ୍କୁ ୩୦ ହଜାର ଟଙ୍କା, ଚକୁଳିର ସି ଏଚ ବାଲେକ୍ରିଷ୍ଣାଙ୍କୁ ୨୦ ହଜାର, ବରଗଡ଼ର ପୂର୍ଣ୍ଣିମା ସାହୁଙ୍କୁ ୩୦ ହଜାର ଟଙ୍କା, ଗୋଡଭଗାର ଫକିର ଘିବେଲାଙ୍କୁ ୨୦ ହଜାର ଟଙ୍କା, ହିର୍ଲୀ ପାଲିର ଲକ୍ଷ୍ମଣ ସାହୁଙ୍କୁ ୨୦ ହଜାର ଟଙ୍କା ଓ ଅରମା ପ୍ରଧାନଙ୍କୁ ୫ ହଜାର, ଟାମ୍ପରସରାର ଅନିଲ କୁମାର ଦାସଙ୍କୁ ୨୦ ହଜାର ଟଙ୍କା, ସିଲେଟର ଚାୱା ସିନୁଙ୍କୁ ୨୦ ହଜାର, ଲରମ୍ଭାର ତୃପ୍ତି ପଣ୍ଡାଙ୍କୁ ୧୫ ହଜାର ଓ ଲରାସରାର ଡିଙ୍ଗର ଭୁଏଙ୍କୁ ୨୦ ହଜାର ଟଙ୍କା, ଗୋଡ଼ଭଗାର ବିଭୁଦତ୍ତ ମଲ୍ଲିକଙ୍କୁ ୧୦ ହଜାର, ଅତାବିରାର ବୁଦ୍ଧଦେବ ଧରୁଆଙ୍କୁ ୨୦ ହଜାର, ଟାମ୍ପରସରାର ରାଜେଶ ଭୋଇଙ୍କୁ ୨ ହଜାର ଓ ଗୋଡଭଗାର ସିକନ୍ଦର ଯାଦବଙ୍କୁ ୧୫ ହଜାର ଟଙ୍କା ସହାୟତା ରାଶି ଦେବା ପାଇଁ ଜିଲାପାଳ ମଞ୍ଜୁର କରିଥିଲେ । ଏହି ଅର୍ଥ ରାଶି ସେମାନଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଜଣାପଡିଛି । ବ୍ଳକ କର୍ମଚାରୀ, ପିଇଓ, ଜିଆରଏସ ପଞ୍ଜିକରଣ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜନ ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରୁ ଅତାବିରା ଦୁର୍ଗା ମନ୍ଦିର ପାଇଁ ଦିଆଯାଇଥିବା ୭୪ ଲକ୍ଷ, ଆମ୍ବେଦକର ଭବନ ପାଇଁ ୫ ଲକ୍ଷ,ରାମଚଣ୍ଡୀ ମନ୍ଦିର ପାଇଁ ୫ ଲକ୍ଷ ଟଙ୍କା ତଥା ଲାଦରପାଲି ୫-ଟି ସ୍କୁଲରେ ଚାଲିଥିବା କାମର ତଦାରଖ କରିବା ତଥା ଟଙ୍କାର ଉଚିତ୍ ବିନିଯୋଗ ହେଉଛି ନା ନାହିଁ ଦେଖିବା ପାଇଁ ସେ ଉପରୋକ୍ତ ସ୍ଥାନଗୁଡିକ ପରିଦର୍ଶନ କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories