www.samajalive.in
Sunday, December 7, 2025
13.1 C
Bhubaneswar

ସରକାର ତୁରନ୍ତ ଡ୍ରାଇଭରଭାଇ ମାନଙ୍କ ଦାବି ପୂରଣ କରନ୍ତୁ-ଶରତ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ବନ୍ଧୁମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦୁଇଦିନ ହେଲା ଚାଲିଛି। ସାରା ଓଡ଼ିଶାର ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବହନ ବନ୍ଦ ହେଉଥିବା ଯୋଗୁ ଏହା ସାଧାରଣ ଜବଜୀବନକୁ ପ୍ରଭାବିତ କରିଛି। ତେଲ ଟାଙ୍କିରେ ତେଲ ସରିଲାଣି। ପନିପରିବା ଦର ବଢ଼ିବାରେ ଲାଗିଛି। ଫଳତଃ ଖାଉଟି ଯନ୍ତ୍ରଣା ବଢ଼ିବାରେ ଲାଗିଛି। ଅଧିକ ଦିନ ଧର୍ମଘଟ ଚାଲୁ ରହିଲେ ପରିସ୍ଥିତି ଅଣାୟତ୍ତ ହୋଇଯିବ।

ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଦୁର୍ଦ୍ଦଶା ପ୍ରତି ସଚେତନ ହୋଇ ଡ୍ରାଇଭରଭାଇମାନଙ୍କ ସମସ୍ୟା ଆଲୋଚନା ଜରିଆରେ ତୁରନ୍ତ ସମାଧାନ କରନ୍ତୁ। ବିଧାନସଭାରେ କଂଗ୍ରେସ ତରଫରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଗୃହରେ ଉଠାଇ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ମୋର ବିଶ୍ୱାସ ସମସ୍ୟାର ଗମ୍ଭୀରତା ହୃଦୟଙ୍ଗମ କରି ଯଥୋଚିତ ପଦକ୍ଷେପ ଗ୍ରହଣ କରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories