ସମ୍ବଲପୁର: ସମ୍ବଲପୁର ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ବିୟୋଗରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି। ରବିବାର ଆୟୋଜିତ ଏହି ଶୋକସଭାରେ ତାଙ୍କର ମୃତ୍ୟୁ ଖବର ଶୁଣି ଆମେ ମର୍ମାହତ ଓ ଦୁଃଖିତ ବୋଲି ମତ ପ୍ରକାଶ ପାଇଥିଲା। ତାଙ୍କର ଶୁନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ। ତାଙ୍କର ଦିଗଙ୍ଗତ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟର ନୀରବ ପ୍ରାର୍ଥନା ସହିତ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା। ଏହି ଶୋକସଭାରେ ଜିଲା ସଭାପତି ଆସଫ ଅଲ୍ଲୀ ଖାନ, ଦୁଲାଲ ପ୍ରଧାନ, ପ୍ଲାବନ ବହିଦାର, ଜୟରାମ ବନିଆଁ, ଗିରିଶ ଚନ୍ଦ୍ର ପୃଷେଠ, ଦୀନବନ୍ଧୁ ପରିଡ଼ା, ସୁମିତ ଷଡଙ୍ଗୀ, ସୁରଞ୍ଜୀନୀ ବାରିକ, ହମିଦ ରହମାନ ଖାନ, ସଦାନନ୍ଦ ବରାଡ, ସଞ୍ଜୀବ ସୁନା, କୈଳାଶ ଅଗ୍ରୱାଲ, ରିଚାର୍ଡ ଚେନ, ମହମ୍ମଦ ଜୁବେର ପ୍ରମୁଖ ଉପସ୍ଥିତ ରହିଥେôଲ। ଦିନ ସମୟରେ ଜିଲା କଂଗ୍ରେସ କମିଟିର ଏକ ପ୍ରତିନିଧି ମଣ୍ଡଳ ସଭାପତି ଆସଫ ଅଲ୍ଲୀ ଖାନଙ୍କ ନେତୃତ୍ୱରେ ଦିବଙ୍ଗତ ଶ୍ରୀ ପଟ୍ଟନାୟକଙ୍କ ଶେଷ ଦର୍ଶନ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।
Popular Categories



