www.samajalive.in
Sunday, December 14, 2025
26.1 C
Bhubaneswar

ଜୁହାର ପରିବାର ଦିଲ୍ଲୀର ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ଦେଶର ରାଜଧାନୀ ନୁଆଦିଲ୍ଲୀ ଠାରେ ପଶ୍ଚିମ ଓଡ଼ିଶାର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅପ୍ରବାସୀ ଓଡିଆଙ୍କ ଅନ୍ୟତମ ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାର ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ରବିବାର ପାଳନ କରାଯାଇଛି। ମାଁ ସମେଲଶ୍ୱରୀ, ମାଁ ପାଟଣେଶ୍ୱରୀ, ମାଁ ସୁରେଶ୍ୱରୀ ଓ ମାଁ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା ସହିତ ଆରମ୍ଭ ହୋଇଥିବା ସଭାକାର୍ଯ୍ୟରେ ସମ୍ମାନୀତ ଅତିଥି ରୂପେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ ଅଫ କଲେଜ ଡ. ବଳାରାମ ପାଣି ଓ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଭୌତିକ ବିଜ୍ଞାନର ପ୍ର. ହିମାଦ୍ରୀ ବିହାରୀ ବହିଦାର ଯୋଗ ଦେଇଥିଲେ। ସଂସ୍କୃତି ମଣିଷକୁ ଏକତାର ଡୋରିରେ ବାନ୍ଧି ରଖେ। ନୁଆଁଖାଇ ଓ ସମ୍ବଲପୁରୀ ଦିନ ମାଧ୍ୟମରେ ପଶ୍ଚିମାଞ୍ଚଳ ଓଡ଼ିଶାର ସଂସ୍କୃତି ଏବେ ବିଶ୍ୱବ୍ୟାପି ହୋଇଛି। ଜୁହାର ପରିବାର ଦିଲ୍ଲୀକୁ ସଂସ୍କୃତି ଓ ସମାଜ ପାଇଁ ଆହୁରୀ କାମ କରିବା ପାଇଁ ଅତିଥି ମାନେ ଉତ୍ସାହିତ କରିଥିଲେ। ଜୁହାର ପରିବାର ଦିଲ୍ଲୀର ସଭାପତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ଅନୁପମ ମିଶ୍ର ସଂଯୋଜନା କରିଥିଲେ। ଉପ ସଭାପତି କୁନ୍ତଳା ଭୋଇ, ବରିଷ୍ଠ ସଦସ୍ୟ ବିଜୟାନନ୍ଦ ନାଏକ, ବାସୁଦେବ ତ୍ରିପାଠୀ ଓ ଗଜେନ୍ଦ୍ର ସାହୁ ମଧ୍ୟ ତାଙ୍କର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ୨ ଶହରୁ ଉର୍ଦ୍ଧ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଆସନ୍ତା ଅକ୍ଟୋବର ୧ ତାରିଖରେ ଜୁହାର ପରିବାର ଦିଲ୍ଲୀ ତରଫରୁ ନୁଆଁଖାଇ ପରବ ୨୦୨୩ ଆୟୋଜିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ସମ୍ପାଦକ ମାନସ ରଞ୍ଜନ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories