www.samajalive.in
Monday, December 8, 2025
14.1 C
Bhubaneswar

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା; ବଦଳିବେ ପିସିସି ସଭାପତି ?

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ଧରଣର ଅଦଳବଦଳ । ଦଳ ଭିତରେ ବେଶ କିଛି ଦିନ ହେବ କନ୍ଦଳ ଲାଗିରହିଥିବା ବେଳେ ବର୍ତ୍ତମାନ ରାଜ୍ୟ କଂଗ୍ରେସରେ ଝଡ଼ ଥମିବ ବୋଲି ଅନୁମାନ କରାଯାଉଛି । କାରଣ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୫ ତାରିଖରେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ଦିଲ୍ଲୀରେ ରାଜ୍ୟ କଂଗ୍ରେସର ସମସ୍ତ ବିଧାୟକ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ସେମାନଙ୍କ ସହ ଆଲୋଚନା କରିବେ ବୋଳି କୁହାଯାଉଛି । ତାହାଛଡ଼ା ଦଳରେ ଲାଗି ରହିଥିବା ପିସିସି ସଭାପତି ଚୟନ ଉପରେ ଏହି ଡାକରା ରୋକ୍‌ ଲାଗାଇପାରେ । କାରଣ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବା ପରେ ନୂତନ ପିସିସି ସଭାପତି ଚୟନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଧାୟକ ମାନଙ୍କୁ ଦିଲ୍ଲୀରୁ ଡାକରା ଆସିଥିବା ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories