www.samajalive.in
Sunday, December 7, 2025
23.1 C
Bhubaneswar

କଂଗ୍ରେସର ଧାରଣା: ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି

ଭୁବନେଶ୍ୱର: ରାଜଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା ଓ ନାରାବାଜି । ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆଜି ରାଜଭବନ ସମ୍ମୁଖରେ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବାକୁ ନାରାବାଜି କରିଛନ୍ତି । ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ଥାନାରେ ଏତଲା ଦେବା ପରେ କାହିଁକି ତାଙ୍କୁ ଗିରଫ କରାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏତଲା ପରେ ବି ପୁଲିସ ଚୁପ୍‍ କାହିଁକି ପ୍ରଶ୍ନ କରିବା ସହ ଗିରଫ କରିବାକୁ ଦାବି କରିଛି ।
ସୂଚନା ଅନୁସାରେ ରାଜଭବନରେ ହାଉସହୋଲଡ ସେକ୍ସନରେ କାର୍ଯ୍ୟରତ କର୍ମଚାରୀ ବୈକୁଣ୍ଠ ନାଥ ପ୍ରଧାନଙ୍କ ଉପରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କ ୫ଜଣ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଲଳିତ କୁମାରଙ୍କୁ ତୁରନ୍ତ ଗିରଫ ଦାବି କରି କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories