ଦରଦାମ ବୃଦ୍ଧି ଓ ବେକାରୀ ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ

କଲମପୁର/ ଭବାନିପାଟଣା : ଦରଦାମ ବୃଦ୍ଧି ଏବେ ଚରମସୀମାରେ। ତଳିତଳାନ୍ତ ହେଉଛନ୍ତି ଖାଉଟି । ପ୍ରଭାବିତ ହେଉଛନ୍ତି ଗରୀବ, ମଧ୍ୟବିତ, ଚାଷୀ ଓ ଶ୍ରମିକ ପରିବାର ।  ପେଟ୍ରୋଲିୟମ ଓ ରନ୍ଧନ ଗ୍ୟାସ ସମେତ ସାର ଓ କୀଟନାଶକ ଭଳି ଦ୍ରବ୍ୟର ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକ ହନ୍ତସନ୍ତ ହେଲେଣି । ଲୋକେ ତ୍ରାହୀ ତ୍ରାହୀ ଡାକିଲେଣି ।

prayash

ସେହିଭଳି ବେରୋଜଗାରୀ ଯୋଗୁଁ ଯୁବକ ଏବେ ପଥଭ୍ରଷ୍ଟ ହେବା ପାଇଁ ବାଧ୍ୟ ହେଉଛି । କିନ୍ତୁ ମିଳୁନି ନିଯୁକ୍ତି । ଯେଉଁ ନିଯୁକ୍ତି ଅଛି ତାହା ଅଗ୍ନିପଥ ଭଳି ଯୋଜନା। ଯାହାର ଭବିଷ୍ୟତ କିଛି ନାହିଁ। ଅନ୍ୟପଟେ ଆତ୍ମ ନିର୍ଭର ଭାରତର ସଂଜ୍ଞା ବଦଳିଯାଇ ପକୁଡି ବିକିବାରେ ପରିଣତ ହେଇଯାଇଛି । ଉଭୟ ବିଜେଡି ଶାସନାଧୀନ ରାଜ୍ୟ ଓ ବିଜେପି ଶାସନାଧୀନ କେନ୍ଦ୍ର ସରକାର ଏକା ଲାଉର ମଞ୍ଜି । ଦରଦାମ ବୃଦ୍ଧି ଓ ବେକାରୀ ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ଭକ୍ତ ଚରଣ ଦାସ ମତବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଆଦିବାସୀ ବନବାସୀଙ୍କୁ ନିଜ ଭିଟା ମାଟିରୁ ବିତାଡିତ କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି । ସେମାନଙ୍କ ଜୀବନ ଜୀବିକା କୁହାଯାଉଥିବା ଜଙ୍ଗଲ ଜମିକୁ ଖଣି ଖାଦାନ ନାଁରେ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ଟେକି ଦେଉଛନ୍ତି । ନଷ୍ଟ ହେଉଛି ସବୁଜିମା। ନଷ୍ଟ ହେଉଛି ପରିବେଶ। ଶୁଖିଯିବ ଝରଣାର ସ୍ରୋତ, ହାତୀ, ଇନ୍ଦ୍ରାବତୀ ଓ ନାଗାବଳି ଭଳି ପ୍ରମୁଖ ନଦୀ ଶୁଖିଲା ରହିବ । ଯାହା ଆଗାମୀ ଦିନରେ ଜନ ସାମାଜ ପାଇଁ ଘାତକ ହେବ ବୋଲି ଥୁଆମୁଳ ରାମପୁର ବ୍ଲକ କଂଗ୍ରେସ ତରଫରୁ ଆୟୋଜିତ ବ୍ଲକ ଘେରାଉ ଓ ପ୍ରତିବାଦ ସଭାରେ ଯୋଗ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ମାନେ ମତବ୍ୟକ୍ତ କରିଛନ୍ତି ।


ଥୁଆମୁଳ ରାମପୁର ବ୍ଲକ କଂଗ୍ରେସ ଦ୍ୱାରା ଆୟୋଜିତ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦରଦାମ ନିୟନ୍ତ୍ରଣ ଓ ବେକାରୀ ଦୂରୀକରଣ ସମେତ ଅଂଚଳର ସ୍ୱାସ୍ଥ୍ୟ ଶିକ୍ଷା ଗମନା ଗମନ ଏବଂ ପାନୀୟ ଜଳ ଯୋଗାଣ ସମେତ କର୍ଲାପାଟ ଅଭୟାରଣ୍ୟକୁ କ୍ଷତି ପହଞ୍ଚାଉଥିବାରୁ ଖଣ୍ଡୁଆଲ ମାଳି ଖଣି ଖନନ ଲିଜ ବାତିଲ ସହ ଅନ୍ୟ ଖଣି ଖାଦାନ ଲିଜ ବନ୍ଦ କରିବା ପାଇଁ ଏକ ଦାବି ପତ୍ର ପ୍ରାଦାନ କରାଯାଇଛି । ଏହାପରେ ବରିଷ୍ଠ ନେତା ଭବାନିପାଟଣା ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନୋମୁଖି କାରବାର ଯୋଗୁଁ ବେକାରୀ ବୃଦ୍ଧି ଓ ଦରଦାମ ବୃଦ୍ଧି ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏଥିରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାରତ ଭୁଷଣ ବେମାଲ, ପରମାନନ୍ଦ ମାଝୀ, ନାରୀ ନେତ୍ରୀ ଦ୍ରୌପଦୀ ମାଝୀ, ସୁରଭୀ ନାଏକ, ମହମ୍ମଦ ଅଲ୍ଲୀ, ମନୋରଞ୍ଜନ ନାଏକ, ମୁରଲୀ ନାଏକ ପ୍ରମୁଖ ଉପସ୍ତିତ ଥିଲେ ।

kalyan agarbati

Comments are closed.