BJD Bijuli 480×75 Mob

ଶ୍ରୀଜଗନ୍ନାଥଙ୍କ ଟଙ୍କାର ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

BJD Bijuli 480×75 Mob

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରୁ ଉଦ୍ଧାର କରାଯିବା ଭଳି ଏକ ସମ୍ବେଦନ ଓ ସ୍ପର୍ଶକାତର ଘଟଣା ଏବେ ଦେଶର ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରୁଛି। ମହାପ୍ରଭୁଙ୍କର ଏହି ଟଙ୍କା କିଭଳି ସୁରକ୍ଷିତ ଭାବେ ଫେରି ଆସିବ ସେଥିପାଇଁ ରାଷ୍ଟ୍ରପତିଙ୍କର ହସ୍ତକ୍ଷେପ ଲୋଡାଯାଇଛି। ପୁରୀ ଜିଲା କଂଗ୍ରେସ କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଶୁକ୍ରବାର ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରୁନାହାନ୍ତି। ଚିଟ୍‌ଫଣ୍ଡ ପରେ ଏବେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡି ଉପରେ ଆଖି ପଡ଼ିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ୟେସ୍ ବ୍ୟାଙ୍କରୁ ଟଙ୍କା ଅଣାଯାଇ ଜାତୀୟକରଣ ବ୍ୟାଙ୍କରେ ଜମା ରଖିବା ପାଇଁ ରିଜର୍ଭ ବ୍ୟାଙ୍କକୁ ତୁରନ୍ତ ନିର୍ଦେଶ ଦିଆଯିବାକୁ ନିବେଦନ କରାଯାଇଛି।

ସେହିପରି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଘରୋଇ ବ୍ୟାଙ୍କରେ ରଖାଯିବା ଘଟଣାର ନିରପେକ୍ଷ ତଦନ୍ତ ଓ ଏହି ଦୁର୍ନୀତିରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ କରାଯିବା ଲାଗି ମହାମହିମ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିବେଦନ କରାଯାଇଛି। କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଡ. ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜିଲା କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ତଥା ଏଆଇସିସି ସଭ୍ୟ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ବିଶ୍ୱ ଭୂଷଣ ଦାସ, ବିଦ୍ୟୁତଲତା ଆଚାର୍ୟ୍ୟ, ନିରୁପମା ପାତ୍ର, ଲଲାଟେନ୍ଦୁ ଦାସ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଜୟ ନାରାୟଣ ପଟ୍ଟନାୟକ, ନିରଞ୍ଜନ ରଥ ଓ ବିଶ୍ବନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.