ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସଡିପିଓଙ୍କ ବଦଳି ଦାବି କଲା କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆରଏସସି୧୩ ଗ୍ରାମରେ ଗତ ଜୁନ ମାସ ୭ ତାରିଖ ଦିନ ଏସଡିପିଓ ଅଂଶୁମାନ ଦୁବେଦୀ ରାତି ଅଧିଆ ଘରେ ପଶି ୪ ଜଣ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ ବିରୋଧ କରିଥିଲା । ଏଥିସହ ଏହି ଘଟଣାକୁ ନେଇ ଅଂଶୁମାନ ଦୁବେଦୀଙ୍କ ନାମରେ କୋର୍ଟରେ ୩ଟି ମାମଲା ରୁଜୁ ହେବା ପରେ କୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତର ନିଷ୍ପତି ନେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଶ୍ରୀ ଦୁବେଦୀ ସେଠାରେ ରହି ତାଙ୍କ କାର୍ୟ୍ୟକୁ ସେମିତି ହିଁ କରୁଛନ୍ତି । ଯଦି ଏସଡିପିଓ ସେଠାରେ ରହିବେ ତାହେଲେ ସେଠାରେ କେବେ ହେଲେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ତେଣୁ ୧୫ ଦିନ ମଧ୍ୟରେ ଏସଡିପିଓଙ୍କ ବଦଳି କରାଯାଉ ବୋଲି କଂଗ୍ରେସ ଦାବି କରିଛି । ନହେଲେ ଆସନ୍ତା ୨ ତାରିଖଠାରୁ ଏସପି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି କଂଗ୍ରେସ କର୍ମୀ ଚେତାବନୀ ଦେଇଛନ୍ତି।

Comments are closed.