www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରୀମନ୍ଦିର ସୁରକ୍ଷା କରିଡର ଜମି ଅଧିଗ୍ରହଣରେ ଘୋଟାଲା ; ଜିଲାପାଳଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର: କେବଳ ବଗଲା ଧର୍ମଶାଳା ଜମି ବିକ୍ରିରେ ଆଇନ୍ କାନୁନ୍‌କୁ ଜଳାଞ୍ଜଳି ଦିଆଯାଇ ନାହିଁ । ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ରାଜ୍ୟ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବିବାଦୀୟ ଓ ବେଆଇନ୍। ବଗଲା ଧର୍ମଶାଳା ଜମିର ଲୋଭ ଦେଖାଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ଜମି ହରାଇ ଥିବା ବହୁ ବ୍ୟକ୍ତି ଓ ଲଜିଂ ମାଲିକଙ୍କୁ ସରକାର ଭଣ୍ଡାଇଛନ୍ତି ବୋଲି କଂଗ୍ରେସ କହିଛି। ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ହୋଇଥିବା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣ ଓ ପୁନର୍ବାସ ଥଇଥାନ ଆଇନ୍ ୨୦୧୩ ମୁତାବକ କରାଯାଇନାହିଁ। ଏପରିକି ବଗଲା ଧର୍ମଶାଳା ଜମିକୁ ଯେଭଳି ଚଞ୍ଚକତା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାଁରେ ଥିବା ଜମିକୁ ରାଜସ୍ୱ ବିଭାଗ ନାଁରେ ହସ୍ତାନ୍ତର କରାଗଲା ତାହା ସମ୍ପୂର୍ଣ୍ଣ ବେଆଇନ୍। ଏଥିରେ ଓଡିଶା ଲ୍ୟାଣ୍ଡ ସର୍ଭେ ଓ ସେଟଲମେଣ୍ଟ ଆକ୍ଟ, ଓଡିଶା ଲ୍ୟାଣ୍ଡ ରିଫମ୍‌ସ୍ ଆକ୍ଟ ଓ ଓଡିଶା ଲ୍ୟାଣ୍ଡ ଆକ୍ୟୁଜିସନ୍ ଆଣ୍ଡ ପ୍ରୋସିଜିୟୋର ଆକ୍ଟର ସର୍ତାବଳୀକୁ ସ୍ପଷ୍ଟ ଦିବାଲୋକରେ ସରକାର ଉଲ୍ଲଙ୍ଘନ କରିଛନ୍ତି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ସମଗ୍ର ସୁରକ୍ଷା କରିଡର ପାଇଁ ଜମି ନେଲା ବେଳେ ସରକାର ଲୋକଙ୍କୁ ଅନ୍ଧାରରେ ରଖି ଆଇନ୍‌ତଃ ଜମି ଅଧିଗ୍ରହଣ ନକରି ଲୋକଙ୍କ ଠାରୁ ଜମି କିଣାବିକା କରିଛନ୍ତି। ଯେହେତୁ ଆଇନ୍ ଅନୁଯାୟୀ ଜମି ଅଧିଗ୍ରହଣ କରାଯାଇନାହିଁ, ଜମି ଦେଇଥିବା ବ୍ୟକ୍ତି ଭବିଷ୍ୟତରେ ଭୂ-ଅଧିଗ୍ରହଣ ଆଇନ୍ ଅନୁଯାୟୀ ଜମିହରା ଭାବରେ ବିବେଚିତ ହେବେନାହିଁ ଏବଂ ଆଇନ୍‌ରେ ପ୍ରାବଧାନ ଥିବା ସମସ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେବେ ବୋଲି କଂଗ୍ରେସ କହିଛି। ସୁରକ୍ଷା କରିଡର ଜମି ଅଧିଗ୍ରହଣ ପୁରା ପ୍ରକରଣ ଜମିହରାଙ୍କ ପ୍ରତି ପ୍ରତାରଣା ଏବଂ ଘୋଟାଲା ବୋଲି ଶ୍ରୀ ନାୟକ କହିଛନ୍ତି। ଏପରିକି ଜମି ନେବା ବାବଦ କ୍ଷତିପୂରଣ ପ୍ରଦାନରେ ମଧ୍ୟ ବ୍ୟାପକ ହେରଫେର ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ୨୦୧୫ ମସିହାରେ ମନ୍ଦିର ନିକଟରେ ଯେଉଁ ଅଳ୍ପ କେତେକ ପ୍ଲଟକୁ ସରକାର ନେଇଥିଲେ ସେତେବେଳେ ଡିସ୍‌ମିଲ୍ ପିଛା ୧୦୮୬୧୨ ଟଙ୍କା ହିସାବରେ ଜମିର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏହାର ୪ ବର୍ଷ ପରେ ସେହି ଜମିର ମୂଲ୍ୟ ଡିସ୍‌ମିଲ୍ ପିଛା ୫୮୮୮୯ ଟଙ୍କା ସ୍ଥିର କରିଛନ୍ତି। ଅର୍ଥାତ୍ ଡିସ୍‌ମିଲ୍ ଉପରେ ପ୍ରାୟ ୫୦ ହଜାର ଟଙ୍କା ଲୋକଙ୍କ ହକ୍‌କୁ କାଟିଦେଲେ । ଯେତେବେଳେ ସାରା ପୃଥିବୀରେ ଜମି ରେଟ୍ ବଢୁଛି, ସେତେବେଳେ ଶ୍ରୀମନ୍ଦିର ପାଖରେ ଜମିର ରେଟ୍ ୪ ବର୍ଷ ଭିତରେ ୫୦ ହଜାର ଟଙ୍କା କମିଲା କେମିତି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ତା’ଛଡା ସୋଲାସିୟମ୍ ରାଶି ହିସାବ କଲାବେଳେ ବଜାର ମୂଲ୍ୟ ଉପରେ ୧୨ ପ୍ରତିଶତ ଅଧିକ ମୂଲ୍ୟ ଦେବା ପାଇଁ ସରକାର ନିୟମ କରିଛନ୍ତି । ମାତ୍ର ୨୦୧୯ ରେ ଯେଉଁ ଜମି ସରକାର କିଣିଛନ୍ତି ସେଥିରେ ୧୨ ପ୍ରତିଶତ ପ୍ରଦାନ କରାଗଲା ନାହିଁ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସୁରକ୍ଷା କରିଡର ଜମି ଅଧିଗ୍ରହଣ ନାଁରେ ସରକାର ଜମି ଦଲାଲଙ୍କ ଭଳି ବ୍ୟବହାର କରିଛନ୍ତି ଓ ଲୋକଙ୍କୁ ତାଙ୍କ ପ୍ରାପ୍ୟରୁ ବଂଚିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ତେଣୁ ସୁରକ୍ଷା କରିଡର ଜମି ଅଧିଗ୍ରହଣ ସଂପୂର୍ଣ୍ଣ ପ୍ରକରଣର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରିଛନ୍ତି।

- Advertisement -

ଜିଲାପାଳ ନିଜେ ଜିଲାର ସର୍ବୋଚ୍ଚ ରାଜସ୍ୱ ଅଧିକାରୀ ହିସାବରେ ଆଇନ୍‌କୁ ଜଳାଞ୍ଜଳୀ ଦେଇ ନିଜ କ୍ଷମତାର ଦୁରୂପଯୋଗ କରି ଲଜିଂ ହାଉସ୍ ଫଣ୍ଡର ଅଧ୍ୟକ୍ଷ ହିସାବରେ ଲଜିଂ ହାଉସ୍ ଫଣ୍ଡ ନାଁରେ ଥିବା ସ୍ଥିତିବାନ ଜମିକୁ ବେଆଇନ୍ ଭାବରେ ସରକାରୀ ଖାତାକୁ ନେବା ଅତ୍ୟନ୍ତ ଧର୍ତବ୍ୟ ଅପରାଧ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇନ୍‌ଜୀବୀ ତଥା ମୁଖପାତ୍ର ନିଶିକାନ୍ତ ମିଶ୍ର ବିବେଚନା କରିବା ସହିତ ଜିଲ୍ଲାପାଳଙ୍କ ବିରୋଧରେ ଦୃଢ଼ ଆଇନ୍‌ଗତ କାର୍ୟ୍ୟାନୁଷ୍ଠାନ ନେବା ସହିତ ତୁରନ୍ତ ବଦଳି କରାଯାଉ ବୋଲି ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories