www.samajalive.in
Saturday, December 13, 2025
23.1 C
Bhubaneswar

ରାହୁଲ ନିଜ ଜାତି କହୁନାହାନ୍ତି, କିନ୍ତୁ ଅନ୍ୟ ସମସ୍ତଙ୍କ ଜାତି ଜାଣିବାକୁ ଭାରି ଆଗ୍ରହୀ: ମନୋଜ ତିଓ୍ବାରୀ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ମନୋଜ ତିଓ୍ବାରୀ। ରାହୁଲ ସମସ୍ତଙ୍କ ଜାତି ବିଷୟରେ ଜାଣିବାକୁ ଭାରି ଆଗ୍ରହୀ, କିନ୍ତୁ ନିଜ ଜାତି ବିଷୟରେ ପ୍ରକାଶ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ମନୋଜ ଅଭିଯୋଗ କରିଛନ୍ତି। ରାହୁଲଙ୍କ ମାନସିକ ସ୍ଵାସ୍ଥ୍ୟର ଯାଞ୍ଚ ହେବା ଜରୁରୀ ବୋଲି ସେ କହିଛନ୍ତି।

ନିକଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦଳିତ, ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ମହିଳାଙ୍କ ନାଁ ମିସ୍‌ ଇଣ୍ଡିଆ ତାଲିକାରେ ନ ଥିବା ଦର୍ଶାଇ ଏହାକୁ ସମାଲୋଚନା କରିଥିଲେ। ରାହୁଲ କହିଥିଲେ ଯେ, ସେ ମିସ୍‌ ଇଣ୍ଡିଆ ତାଲିକା ଯାଞ୍ଚ କରିଥିଲେ। ଯେଉଁଥିରେ କୌଣସି ଦଳିତ, ଆଦିବାସୀ ଏବଂ ଓବିସି ମହିଳାଙ୍କ ନାଁ ନ ଥିଲା। କିଛି ଲୋକ କ୍ରିକେଟ କିମ୍ବା ବଲିଉଡ୍ କଥା କହିବେ, କିନ୍ତୁ କେହି ମୋଚୀ କିମ୍ବା ପାଇପ ମିସ୍ତ୍ରିଙ୍କ ବିଷୟରେ କହି​‌ବେ ନାହିଁ। ଏପରି କି ଗଣମାଧ୍ୟମରେ ଥିବା ବଡ଼ ବଡ଼ ଉପସ୍ଥାପକ ଦେଶର ୯୦ ପ୍ରତିଶତ(ଦଳିତ, ଆଦିବାସୀ, ଓବିସି) ଲୋକଙ୍କ ମଧ୍ୟରୁ ଆସୁନାହାନ୍ତି।

- Advertisement -

ରାହୁଲଙ୍କ ଏପରି ମନ୍ତବ୍ୟ ପରେ ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ରାହୁଲଙ୍କୁ ସମାଲୋଚନା କରିଛନ୍ତି। ରିଜିଜୁ କହିଛନ୍ତି, ବର୍ତ୍ତମାନ ରାହୁଲ ମିସ ଇଣ୍ଡିଆ ପ୍ରତିଯୋଗିତା, ଚଳଚ୍ଚିତ୍ର ଏବଂ କ୍ରୀଡ଼ା କ୍ଷେତ୍ରରେ ବି ସଂରକ୍ଷଣ ଚାହୁଁଛନ୍ତି। ଏହା ରାହୁଲଙ୍କର ‘ବାଲ୍‌ ବୁଦ୍ଧି’ ଅର୍ଥାତ ପିଲାଳିଆମି। ଯେଉଁମାନେ ତାଙ୍କୁ ଉତ୍ସାହିତ କରୁଛନ୍ତି, ସେମାନେ ବି ରାହୁଲଙ୍କ ପିଲାଳିଆମି ସମାନ ଭାବେ ପାଇଁ ଦାୟୀ।

ସୂଚନାଯୋଗ୍ୟ, ରାହୁଲ ନିକଟରେ ଦେଶରେ ଜାତିଭିତ୍ତିକ ଜନଗଣନା ଜରୁରୀ ବୋଲି କହିଥିଲେ। ସେ କହିଥିଲେ, ଏହା ଏକ ଏକ୍ସ-ରେ ଭଳି। କାହା ପାଖରେ ଧନସମ୍ପତ୍ତିର ସୁବିଧା ରହିଛି ତାହା ଜାଣିବା ଏବଂ ସର୍ବନିମ୍ନ ମୌଳିକ ସୁବିଧା ପାଉ ନ ଥିବା ଅବହେଳିତମାନଙ୍କୁ ଚିହ୍ନଟ କରିବା ନିହାତି ଦରକାର।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories