Patra electronics

ରେଳ ଧାରଣାରେ ଶୋଇଥିଲେ: ପାଖକୁ ଆସିଗଲା ଟ୍ରେନ୍, ତା ପରେ..

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ରେଳ ଧାରଣାରେ ଶୋଇଥିଲେ । ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏଥିରେ ନଜର ଆସୁଛି କି କିଭଳି ଟ୍ରେନ୍ ଚାଳକ ସଠିକ୍ ସମୟରେ ସେହି ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଛନ୍ତି ।

ବ୍ୟକ୍ତିଜଣକ ଏକ ବଡ ଛତା ଧରି ରେଳ ଧାରଣାରେ ଶୋଇଥିଲେ । ଏହା ଦେଖି ଟ୍ରେନ୍ ପାଇଲଟ୍ ତୁରନ୍ତ ଟ୍ରେନ୍ ରୋକିଦେଲେ । ଏହା ପରେ ଚାଳକ ନିଜେ ଆସି ସେହି ବ୍ୟକ୍ତିଙ୍କୁ ନିଦରୁ ଉଠାଇଥିଲେ । ତାଙ୍କୁ ହଟାଇବା ପରେ ଟ୍ରେନ୍ ପୁଣି ଯାତ୍ରା କରିଥିଲା ।  ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ଦର୍ଶାଉଛି କି ଟ୍ରେନ୍ ଧାରଣାରେ ଶୋଇବା କେତେ ଭୟଙ୍କର ହୋଇପାରେ ।

 

Comments are closed.