ସାହାସିକତା କାମ ପାଇଁ କନେଷ୍ଟବଳଙ୍କୁ ନଗଦ ରାଶି ସହ ମିଳିଲା ହନିମୁନ ପ୍ୟାକେଜ୍‌

0

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗେଲୁରୁ ଠାରେ ଜଣେ ପୁଲିସ କନେଷ୍ଟବଳଙ୍କୁ ନିଜର ସାହସିକତା ପାଇଁ ନଗଦ ରାଶି ପୁରାସ୍କାର ସହିତ ହନିମୁନ ପ୍ୟାକେଜ ଓ ଗୋଟିଏ ସପ୍ତାହ ପାଇଁ ଛୁଟି ମିଳିଛି। ଏହି ଖବର ପ୍ରଚାର ହେବାପରେ ପୁଲିସ କନେଷ୍ଟବଳଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ଆସୁଛି। ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ ଭେଙ୍କଟଙ୍କୁ ପୁରସ୍କାର ମିଳିଛି।
ଗୋଟିଏ ଦିନ ରାତି ୨.୩୦ ସମୟରେ ରାସ୍ତାରେ ଜଣେ ଲୋକର ଚିକôାର ଶୁଣି ଭେଙ୍କଟ ନିଜେ ଦୌଡି ଯାଇଥିଲେ। ତିନିଜଣ ଲୋକ ଜଣେ ଲୋକ ପାଖରୁ ମୋବାଇଲ, ପର୍ସ ଆଦି ଚୋରି କରୁଥିବା ସମୟରେ ଭେଙ୍କଟ ଘଟଣାସ୍ଥଳରେ ପହଁଞ୍ଚିଥିଲେ। କିନ୍ତୁ, ଦୁବୁର୍ତ୍ତମାନେ ପୁଲିସକୁ ଦେଖି ପଳାଇଯାଇଥିଲେ। କନେଷ୍ଟବଳ ଭେଙ୍କଟ ଦୀର୍ଘ ଚାରି କିଲୋମିଟର ଯିବାପରେ ଜଣେ ଅପରାଧୀକୁ ଧରିବାରେ ସକ୍ଷମ ହୋଇଥିଲେ। କନେଷ୍ଟବଳ ଭେଙ୍କଟଙ୍କ ସାହସକୁ ସମ୍ମାନ ଜଣାଇ ଜଣେ ଲୋକ ଏକ ହାଜାର ଟଙ୍କା ବ୍ୟାଙ୍କ ଚେକ ପଠାଇଛନ୍ତି। ଡିସିପି ଅବଦୁଲ ଅହଦଙ୍କ କହିବାନୁସାରେ ପ୍ରଶାସନ ତରଫରୁ ତାଙ୍କୁ ୧୦ହାଜର ଟଙ୍କା ଦିଆଯାଇଛି। ଆଗକୁ ତାଙ୍କର ବିବାହ ରହିଥିବାରୁ ତାଙ୍କୁ ଏକ ହନିମୁନ ପ୍ୟାକେଜ ଦିଆଯାଇଛି। ଭେଙ୍କଟଙ୍କୁ ଡିସିବି ଫୁଲତୋଡା ଦେଇ ସ୍ୱାଗତ କରିବା ସହ ନିଜର ଚୌକିରେ ବସାଇଥିଲେ। ଯାହା ଭେଙ୍କଟଙ୍କ ପାଇଁ ନିଆରା ଅନୁଭୂତି ଥିଲା।

Leave A Reply