www.samajalive.in
Monday, December 15, 2025
17.1 C
Bhubaneswar

କନଷ୍ଟେବଳ ନିଯୁକ୍ତି ପରୀକ୍ଷା ବେଳେ ପ୍ରାର୍ଥୀଙ୍କ ଛାତିରେ ଲେଖାହେଲା ଏସ୍‌ସି/ଏସ୍‌ଟି

ଭୋପାଳ : କନଷ୍ଟେବଳ ନିଯୁକ୍ତି ପାଇଁ ଡାକ୍ତରୀ ପରୀକ୍ଷା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ଚିହ୍ନଟ ପାଇଁ ସେମାନଙ୍କ ଛାତିରେ ଏସସି/ଏସଟି ଲେଖାଯିବାକୁ ନେଇ ବିବାଦ ଦେଖାଯାଇଛି। ମଧ୍ୟପ୍ରଦେଶର ଧାର ଜିଲା ପୁଲିସ ଏସ୍‌ପି ବୀରେନ୍ଦ୍ର ସିଂହଙ୍କ ଏପରି କାର୍ଯ୍ୟକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏହାକୁ ସେ ସ୍ୱୀକାର କରିବା ସହ ଯଥାର୍ଥ ଦର୍ଶାଇଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ ସାଧାରଣ ବର୍ଗ ଓ ଏସସି/ଏସଟି ପ୍ରାର୍ଥୀଙ୍କୁ ଚିହ୍ନଟରେ ଦ୍ୱନ୍ଦ୍ୱ ଉପୁଜିବାରୁ ଏପରି କରାଯାଇଥିଲା। ଏହା ଦ୍ୱାରା କନଷ୍ଟେବଳଙ୍କ ଡାକ୍ତରୀ ପରୀକ୍ଷା ସହଜ ଓ ତ୍ୱରିତ ହୋଇପାରିଥିଲା। ଏହା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଉଚ୍ଚତା ମାପ ୧୬୮ ସେମି ରହିଥିବାବେଳେ ଏସସି/ଏସଟି କ୍ଷେତ୍ରରେ ଉଚ୍ଚତା ୧୬୫ ସେମି ରହିଛି। ତେଣୁ ଯୋଗ୍ୟ ଅଯୋଗ୍ୟ ପ୍ରାର୍ଥୀ ବାଛିବା କ୍ଷେତ୍ରରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ଦୂର ପାଇଁ ଛାତିରେ ସେମାନଙ୍କ ବର୍ଗ ଲେଖି ଦିଆଯାଇଥିଲା। ଏ ବାବଦରେ କୌଣସି ପ୍ରାର୍ଥୀ କିଛି ଅଭିଯୋଗ କରି ନଥିବା ଏସପି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories