www.samajalive.in
Sunday, December 14, 2025
19.1 C
Bhubaneswar

ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

କୁନ୍ଦୁଲି ଘଟଣା

କୋରାପୁଟ/ସୁନାବେଢ଼ା :  କୋରାପୁଟ ଜିଲା ପଟାଙ୍ଗି ବ୍ଲକ କୁନ୍ଦୁଲି ପୀଡିତା ଘଟଣାର ତଦନ୍ତ ରବିବାର ଆରମ୍ଭ ହୋଇଛି। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦେଶ ଦେବା ପରେ ଏହାର ଦାୟିତ୍ୱରେ ଥିବା ତଦନ୍ତ କମିଶନର ତଥା ଜିଲା ଦୌରାଜଜ୍‍ ବିଦ୍ୟୁତକୁମାର ମିଶ୍ର କୁନ୍ଦୁଲି ଗସ୍ତ କରିଛନ୍ତି। ପୀଡିତାଜଣଙ୍କୁ ବଳାତ୍କାର କରାଯାଇଥିବା ଘଟଣାସ୍ଥଳ ସେ ବୁଲିବା ସହ ମୂଷାଗୁଡାସ୍ଥିତ ପୀଡିତାଙ୍କ ବାସଗୃହ ମଧ୍ୟ ପରିଦର୍ଶନ କରିଛନ୍ତି। କମିଶନର ମୋଟ ୪ଟି ସ୍ଥାନ ପରିଦର୍ଶନ କରି ବିଭିନ୍ନ ତଥ୍ୟମାନ ସଂଗ୍ରହ କରିଥିଲେ। ମୂଷାଗୁଡାସ୍ଥିତ ପୀଡିତାଙ୍କ ମା’ ଉପସ୍ଥିତ ଥିବା ବେଳେ ତଦନ୍ତକାରୀ ସେମାନଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାରେ ପିଟିସନ ପାଇଁ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏ ନେଇ ଗୋଟିଏ ହେଲେ ପିଟିସନ ଦାଖଲ ହୋଇନାହିଁ। କମିଶନର ଦୀର୍ଘ ୨ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଗ୍ରାମର ୪ରୁ ୫ଜଣଙ୍କୁ ବିଭିନ୍ନ ବିଷୟ ନେଇ ପଚରା ଉଚରା କରିଥିଲେ। କମିଶନରଙ୍କ ଏହା କୁନ୍ଦୁଲି ଅଞ୍ଚଳକୁ ପ୍ରଥମ ଗସ୍ତ ଥିଲା। ପୀଡିତା ଜଣକ ଯେଉଁ କୋଠରୀରେ ଆତ୍ମହତ୍ୟା ଭଳି ଦୁଖଃଦ କାଣ୍ଡ ଘଟାଇଥିଲେ କମିଶନର ସେହି ଗୃହ ମଧ୍ୟ ପରିଦର୍ଶନ କରିଥିଲେ। କମିଶନରଙ୍କ ଗସ୍ତ ସମୟରେ ବିଚାର ବିଭାଗୀୟ ରେଜିଷ୍ଟ୍ରାର ତଥା ସଚିବ ହେମନ୍ତକୁମାର ବିଶ୍ୱଳ, ପବ୍ଲିକ ପ୍ରୋସିକ୍ୟୁଟର ପ୍ରଭାକର ପଟ୍ଟନାୟକ ଉପସ୍ଥିତ ଥିଲେ। ପୁଲିସ ବିଭାଗର ନିରୀକ୍ଷିକା ମମତା ପାଣିଗ୍ରାହୀ ଘଟଣାର ତଦନ୍ତ ଅଧୀକାରୀ ଥିବାବେଳେ ସେ କମିଶନରଙ୍କ ସହ ଗସ୍ତ କରିଥିଲେ। ସୂଚନା ଅନୁସାରେ, ୨୦୧୮ ଅକ୍ଟୋବର ୧୦ରେ ନାବାଳିକା ପୀଡିତା ଜଣକ ସ୍ଥାନୀୟ ଏକ ଷ୍ଟୁଡିଓକୁ ଫଟୋ ଉଠାଇବାକୁ ଯାଇ ଫେରୁଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ ଯବାନମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ସ୍ୱର ଉଠିଥିଲା। ଏହି ଘଟଣାକୁ ନେଇ ରାଜ୍ୟ ସାରା ତୁମ୍ବି ତୋଫାନ ହେବା ପରେ କେନ୍ଦ୍ର ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ରାଜ୍ୟ ସରକାର ବିଚାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଥିବା ବେଳେ ଏହା ବହୁ ବିଳମ୍ବରେ ଆରମ୍ଭ କରାଯାଇଥିବା ନେଇ ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଛି। ଏହି ଘଟଣାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୂଷାଗୁଡା ଗ୍ରାମକୁ ଯାଇ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏହାକ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories