www.samajalive.in
Tuesday, December 9, 2025
16.1 C
Bhubaneswar

ସାମ୍ବାଦିକଙ୍କ ମୃତ୍ୟୁ ରେ ଶୋକ ସଭା  

ତେଲକୋଇ – ତେଲକୋଇ ବ୍ଲକ ବଡ ଖବର ଓ କରଦାଙ୍ଗୀ ଜୋନର ସମ୍ବାଦ ପ୍ରତିନିଧି ଚନ୍ଦ୍ରମଣି ମହାନ୍ତଙ୍କ ସେପ୍ଟେମ୍ବର ୫ ତାରିଖରେ , ୫୧ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ଏହାକୁ ନେଇ ତେଲକୋଇ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀ ମହାନ୍ତ ଗତ ଅଗଷ୍ଟ ମାସ ୧୩ ତାରିଖରେ ଘର କାର୍ଯ୍ୟ କରୁଥିବା ବେଳେ ଭାଡା ରୁ ଖସି ପଡ଼ିଥିଲେ । ପରିବାର ଲୋକ ସଙ୍ଗେ ସଙ୍ଗେ ପ୍ରଥମେ ତେଲକୋଇ ଏବଂ ପରେ କେନ୍ଦୁଝର ଓ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ମେରୁଦଣ୍ଡ ଓ ଶିରା ପ୍ରସିରା ଜନିତ ଆଘାତରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣା ପଡିଥିଲା ।

ପରେ ଉତ୍ତମ ଚିକିତ୍ସା ପାଇଁ ପରିବାର ଲୋକ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନା କୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ଶନିବାର ସନ୍ଧ୍ୟା ସମୟ ରେ ତାଙ୍କର ଦେହାନ୍ତ ହୋଇଥିଲା । ରବିବାର ଭୋର ସମୟରେ ତାଙ୍କର ମୃତ ଶରୀର କରଦାଙ୍ଗି ସ୍ଥିତ ବାସ ଭବନରେ ପହଞ୍ଚି ଥିଲା । ଶ୍ରୀ ମହାନ୍ତ ଙ୍କ ଅକାଳ ମୃତ୍ୟୁ ଖବର ଜଣା ପଡ଼ିବା ପରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଥିଲା । ତେଲକୋଇ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ପ୍ରତିନିଧି ଶ୍ରୀ ମହାନ୍ତଙ୍କ ବାସ ଭବନ ରେ ପହଞ୍ଚି ଶ୍ରୀ ମହାନ୍ତ ଙ୍କ ଶେଷ ଦର୍ଶନ କରିବା ସହିତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପରେ ସଂଘ କାର୍ଯ୍ୟାଳୟ ଗୃହରେ ଏକ ଶୋକ ସଭା କରାଯାଇ ଶ୍ରୀ ମହାନ୍ତ ଙ୍କ ଅମର ଆତ୍ମାର ଶଦଗତି ନିମନ୍ତେ ପ୍ରାର୍ଥନା କରା ଯାଇଥିଲା । ଏହି ଶୋକ ସଭାରେ ସଂଘ ସଭାପତି ରଣଜିତ୍ ବିଶ୍ଵାଳ, ସମ୍ପାଦକ ଅନୁକୂଳ ବିଶ୍ଵାଳ,ବରିଷ୍ଠ ସାମ୍ବାଦିକ ବିରଞ୍ଚି ବେହେରା,ଚିନ୍ମୟ କୁମାର ସାହୁ,ଅମରେଶ ପ୍ରଧାନ,କୈଳାଶ ଚନ୍ଦ୍ର ପ୍ରଧାନ,ଡିଲେଶ୍ୱର ସାହୁ,ଅକ୍ଷୟ କୁମାର ପ୍ରଧାନ,ଡମ୍ବରୁ ଧର ଖୁଣ୍ଟିଆ, ସମ୍ବାଦ ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ, ପାର୍ଥ ସାରଥି ନାଏକ,ହେମନ୍ତ ମହାରଣା ଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories