www.samajalive.in
Saturday, December 6, 2025
14.1 C
Bhubaneswar

ଧର୍ମପ୍ରାଣା ମହିଳାଙ୍କ ବିୟୋଗରେ ଶୋକସଭା

କଟକ: ଫ୍ରେଣ୍ଡସ କ୍ଲବ୍, ସେକ୍ଟର୍ – ୬, ସିଡିଏ, କଟକର ବରିଷ୍ଠ ସଭ୍ୟ ତଥା ଯୁବ ସମାଜସେବୀ କେଶବଚନ୍ଦ୍ର ପଣ୍ଡାଙ୍କର ମାତୃ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କୋଭିଡରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ ୮ ତାରିଖ ଦିନ ମୃତ୍ୟୁ ହୋଇଥିଲା। ସେ ଜଣେ ଅମାୟିକ, ସ୍ନେହୀ, ପରୋପକାରୀ ତଥା ଧର୍ମପ୍ରାଣା ମହିଳା ଥିଲେ। ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଫ୍ରେଣ୍ଡସ କ୍ଲବ୍ ପରିସରରେ କ୍ଲବ୍ର ସେକ୍ରେଟାରୀ ଜତିନ୍ଦ୍ରମୋହନ ଦାସଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋକସଭାରେ କଟକ ନଗର କଂଗ୍ରେସ ମହିଳା ସଭାନେତ୍ରୀ ଶୈଳବାଳା ଜେନା, ବରିଷ୍ଠ ସଭ୍ୟ ଓମ୍ପ୍ରକାଶ ଅଗ୍ରୱାଲା, ସୁଭାଶିଷ ମିଶ୍ର, କେଶବଚନ୍ଦ୍ର ପଣ୍ଡା, ସୁନୀଲ କୁମାର ଜେନା, ଚଣ୍ଡୀପ୍ରସାଦ ଦାସ, ରାଜେନ୍ଦ୍ର କୁମାର ବେଉରା, ସୁଭାଷ କୁମାର ମଲ୍ଲିକ, ସୋମ୍ୟରଞ୍ଜନ ମହାନ୍ତି, ଦେବୀଦତ୍ତ ମହାନ୍ତି, ମିହିରକେତନ ବେହେରା, ଚିତ୍ତରଞ୍ଜନ ନାୟକ, ପ୍ରଦୀପ ଶର୍ମା, ଶାକ୍ୟମୁନି ସାହୁ, ସରୋଜ କୁମାର ପ୍ରଧାନ, ସରୋଜ କୁମାର ସାହୁ, ସନ୍ତୋଷ କୁମାର, ସୋମେନ୍ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories