www.samajalive.in
Tuesday, December 9, 2025
19.1 C
Bhubaneswar

ତେଲେଙ୍ଗାନାର ଭଇଁସାରେ ସାମ୍ପ୍ରଦାୟିକ ହିଂସା; ପରସ୍ପର ଘରେ ନିଆଁ ଲଗାଇଲେ ଦୁଇ ଗୋଷ୍ଠୀ, ୧୦ ଆହତ

ହାଇଦ୍ରାବାଦ: ତେଲେଙ୍ଗାନାର ନିର୍ମଳ ଜିଲା ଅନ୍ତର୍ଗତ ଭଇଁସାରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଛି। ଏକ ମସ୍‌ଜିଦ ନିକଟରୁ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ଡ ଯୋଗୁ ଦୁଇ ପକ୍ଷ ପରସ୍ପରଙ୍କ ଘରେ ନିଆଁ ଲଗାଇ ଦେବା ସହିତ ଗାଡ଼ି ପୋଡ଼ାଜଳା କରିଛନ୍ତି। ଏଥିରେ କିଛି ସାମ୍ବାଦିକଙ୍କ ସମେତ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିଜାମାବାଦ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ହିଂସାକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜିବ ତାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

- Advertisement -

ନିଜାମାବାଦର ବିଜେପି ଏମପି ଅରବିନ୍ଦ ଧରମପୁରୀ ଏହି ଘଟଣାରେ ତ୍ଵରିତ ପଦକ୍ଷେପ ନେବା ଲାଗି ନିର୍ଦେଶ ଦେଇଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି, ଭଇଁସାରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ନେଇ ଖବର ମିଳିଛି, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଗରୁ ତାହାକୁ କାବୁ କରିବା ଲାଗି ତେଲେଙ୍ଗାନା ପୁଲିସ କମିଶନରଙ୍କୁ ଅନୁରୋଧ କରୁଛି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories