www.samajalive.in
Sunday, December 7, 2025
14.1 C
Bhubaneswar

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ

ଲାଞ୍ଜିଗଡ଼: ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରି ନିଜର ମାଲିକାନା ଜାହିର କରିବାକୁ ନେଇ ଆଜି ଦୁଇଟି ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ପ୍ରାୟ ୭ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଖର୍କଚୁଆଁ ନାମକ ଗାଁରେ ଥିବା ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରିବା ସହିତ ନିଜ ନିଜର ମାଲିକାନା ଜାହିର କରିବାକୁ ନେଇ ଲାଖବାହାଲି ଗ୍ରାମପଞ୍ଚାୟତର ଥୁଆଙ୍ଗପଦର ଏବଂ ବିଜେପୁର ଗ୍ରାମପଞ୍ଚାୟତର ସିନ୍ଧିଭଟା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା । ଉଭୟ ଗାଁର ଲୋକେ ଆଜି ଏଇ ବିବାଦୀୟ ସ୍ଥାନ ନିଜ ଅକ୍ତିଆରକୁ ନେବା ଉଦ୍ଦେଶ୍ୟରେ ଆଜି ଠୂଳ ହୋଇଥିବାବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଠେଙ୍ଗା, ବାଡ଼ି, ଦାଆ କଟୁରୀ ଓ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିବାରୁ ଏଥିରେ ସାତଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ସିନ୍ଧିଭଟାର ବୁଡ଼ୁ ମାଝୀ, ରସିକ ମାଝୀ, ସାବି ମାଝୀ, ବୁଦୁ ମାଝୀ, ମାଲି ମାଝୀ, କର୍ଣ୍ଣ ମାଝୀ ଓ କୁମଟି ମାଝୀ ଗୁରୁତର ଆହତ ଭାବେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏନେଇ ବିଜେପୁର ଥାନାରେ କେସ୍ ନଂ ୦୭/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲହାରସ ଘଟଣାସ୍ଥଳ ପରିଦର୍ଶନ କରି ଉଭୟପ କ୍ଷଙ୍କୁ ଶାନ୍ତିରକ୍ଷା ପାଇଁ ଅପିଲ୍ କରିଛନ୍ତି । ବର୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା ଚାଲିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories