କରୋନା ଯୋଦ୍ଧା ମୃତକଙ୍କ ଲାଗି ସ୍ବତନ୍ତ୍ର କମିଟି
ଭୁବନେଶ୍ୱର : କୋଭିଡ୍ରେ ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧାଙ୍କ ନିର୍ଭୁଲ ତଥ୍ୟ ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏନେଇ ଜାରି ନିର୍ଦେଶନାମା ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଉକ୍ତ କମିଟିର ଅଧ୍ୟକ୍ଷ ରହିବାକୁ ଥିବାବେଳେ ଅର୍ଥନୈତିକ ପରରାମର୍ଶଦାତା ଆବାହକ ଏବଂ ଅତିରିକ୍ତ ସଚିବ ସଭ୍ୟ ରହିଛନ୍ତି। ଉକ୍ତ କମିଟି ରାଜ୍ୟରେ କରୋନା ଯୋଦ୍ଧା ମୃତକଙ୍କ ସଠିକ ଯାଞ୍ଚ କରିବ, ଯାହାକୁ କି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଅନ୍ତର୍ଭୁକ୍ତ କରାଯାଇ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ।
Comments are closed.