www.samajalive.in
Sunday, December 7, 2025
26.1 C
Bhubaneswar

ଗୃହ କାନ୍ଥର ରଙ୍ଗରୁ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ ଓ ଚିନ୍ତାଧାରା

ଘରର ସାଜସଜ୍ଜା ପାଇଁ ବିଭିନ୍ନ ପ୍ରକାରର ଲାଇଟ ଓ କାନ୍ଥର ରଙ୍ଗ ଗୁଡ଼ିକର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଜ ପସନ୍ଦ ଅନୁଯାୟୀ ଘରକୁ ସଜାଇବା ପାଇଁ ସଭିଁଙ୍କୁ ବେଶ ପସନ୍ଦ। କାନ୍ଥର ରଙ୍ଗ ଆପଣଙ୍କ ବିଷୟରେ ବହୁ କିଛି ଜଣାଇଥାଏ। ପ୍ରତ୍ୟେକ ରଙ୍ଗର ନିଜର ବିଶେଷତ୍ୱ ରହିଛି। ନିଜ ପସନ୍ଦର ରଙ୍ଗକୁ ମଧ୍ୟ ଆପଣ ଘରର କାନ୍ଥରେ କରିବା ଦ୍ୱାରା ଏହାର ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ଏହା ଆପଣଙ୍କ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାକୁ ମଧ୍ୟ ପ୍ରଦର୍ଶିତ କରିଥାଏ। ଜାଣନ୍ତୁ ଆପଣଙ୍କ ଘରର ରଙ୍ଗ ଆପଣଙ୍କ ବିଷୟରେ କ’ଣ କହିଥାଏ….
ଲାଲ ରଙ୍ଗ –
ଘରର କାନ୍ଥକୁ ଯଦି ଆପଣ ଲାଲ ରଙ୍ଗ କରିଥାଆନ୍ତି , ତେବେ ଏହା ଆପଣ ଜଣେ ଉତ୍ସାହି ବ୍ୟକ୍ତି ବୋଲି ଦର୍ଶାଇଥାଏ। ଅଧ୍ୟୟନ ଅନୁଯାୟୀ ଲାଲ ରଙ୍ଗ ଭଲପାଇବା, ରାଗ ଓ ଫ୍ୟାସନର ପ୍ରତୀକ। ଏହି ରଙ୍ଗ ଆପଣଙ୍କ ସକରାତ୍ମକ ଶକ୍ତିର ମଧ୍ୟ ପରିଚୟ ଦେଇଥାଏ।
ନାରଙ୍ଗୀ ରଙ୍ଗ –
ନାରଙ୍ଗୀ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ହସଖୁସି ବେଶ ପସନ୍ଦ। ଏହା ଆପଣଙ୍କ ମହତ୍ତ୍ୱକାଂକ୍ଷୀ ଗୁଣର ମଧ୍ୟ ପରିଚୟ ଦେଇଥାଏ।
କଳା ରଙ୍ଗ –
କଳାରଙ୍ଗର କାନ୍ଥ ବର୍ତ୍ତମାନ ସମୟର ଫ୍ୟାସନ। ଏହା ଆପଣଙ୍କ ଷ୍ଟାଇଲିସ ଓ ସମୟାନୁଯାୟୀ ଆଗକୁ ଅଗ୍ରସର ହେଉଥିବାର ପରିଚୟ ଦେଇଥାଏ। ଶକ୍ତି, ଗମ୍ଭୀରତା ଓ ଶକ୍ତ ବ୍ୟକ୍ତିତ୍ୱର ମଧ୍ୟ ପରିଚୟ ଦେଇଥାଏ। ବାସ୍ତୁ ଅନୁଯାୟୀ ଘରର କେଉଁ ଅଂଶ କଳାରଙ୍ଗ ହେବ, ତାହାର ପରାମର୍ଶ ନେଇପାରିବେ।
ଧଳା ରଙ୍ଗ –
ଧଳା ରଙ୍ଗ ଶାନ୍ତି ଓ ଧୈର୍ଯ୍ୟର ପ୍ରତୀକ। ଘରର ରଙ୍ଗ ଯଦି ଧଳା ରଙ୍ଗର ହୋଇଥାଏ, ତେବେ ଏହା ଆପଣଙ୍କ ସ୍ୱଚ୍ଛତା ଗୁଣର ପରିଚୟ ଦେଇଥାଏ। ଏହି ରଙ୍ଗ ଗୃହର ସକରାତ୍ମକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।
ନୀଳ ରଙ୍ଗ –
ନୀଳ ରଙ୍ଗ ଘରର ଶାନ୍ତି ଓ ସୁରକ୍ଷାର ପ୍ରତୀକ ଅଟେ। ବହୁ ଲୋକଙ୍କୁ ଘରର କାନ୍ଥକୁ ନୀଳ ରଙ୍ଗ କରିବା ପସନ୍ଦ। ଯଦି ଆପଣଙ୍କ ଶୟନ କକ୍ଷର କାନ୍ଥ ନୀଳ ରଙ୍ଗ ହୋଇଥାଏ ତେବେ ଏହା ଆପଣଙ୍କ ବିଶ୍ୱାସ ଓ ନିଷ୍ଠାର ପରିଚୟ ପ୍ରଦାନ କରିଥାଏ।
ହଳଦିଆ ରଙ୍ଗ –
ହଳଦିଆ ରଙ୍ଗ ଆପଣଙ୍କର ଆଶାବାଦୀ ଓ ପ୍ରସନ୍ନତାର ପରିଚୟ ପ୍ରଦାନ କରିଥାଏ। କାନ୍ଥ ହଳଦିଆ ରଙ୍ଗ ହେବା ଦ୍ୱାରା ଗୃହରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ।
ସବୁଜ ରଙ୍ଗ –
ସବୁଜ ରଙ୍ଗ ଶସ୍ୟଶ୍ୟାମଳା ଓ ପ୍ରକୃତିର ପ୍ରତୀକ ଅଟେ। ଏହା ଆପଣଙ୍କର ଆତ୍ମାର ସଠିକ ସନ୍ତୁଳନର ପ୍ରଦର୍ଶିତ କରିଥାଏ। ସବୁଜ ଋଙ୍ଗ ବୃଦ୍ଧି, ବିକାଶ, ସ୍ୱାସ୍ଥ୍ୟ, ହସଖୁସି ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories