www.samajalive.in
Monday, December 15, 2025
16.1 C
Bhubaneswar

୯ ମାସ ପରେ ଖୋଲିଲା ଉଚ୍ଚଶିକ୍ଷାନୁଷ୍ଠାନ : କଲେଜ ଯାଇ ସ୍ଥିତି ପରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କରୋନା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଉଚ୍ଚଶିକ୍ଷାନୁଷ୍ଠାନ ସୋମବାରଠାରୁ ଖୋଲିଛି। ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଆସି ନିଜ ସାଙ୍ଗଙ୍କ ସହ ବସି ୯ ମାସ ପରେ ଶ୍ରେଣୀଗୃହରେ ପାଠପଢିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକର ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଓ ବୈଷୟିକ ଶିକ୍ଷାନୁଷ୍ଠାନର ଶେଷବର୍ଷ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ କମ୍‌ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢିଥିବା ଦେଖିବାକୁ ମିଳିଛି। ବହୁ ବିଦ୍ୟାର୍ଥୀ ଦୂରଦୁରାନ୍ତରୁ ହଷ୍ଟେଲ ଆସିଥିବାରୁ ପ୍ରଥମ ଦିନ କ୍ଲାସ୍‌ କରିପାରିନାହାନ୍ତି। ଆସନ୍ତାକାଲିଠାରୁ ଉପସ୍ଥାନ ଧୀରେଧୀରେ ବଢିବ ବୋଲି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କହିଛନ୍ତି।
ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ ପାଠ ପଢୁଥିଲେ ବିଦ୍ୟାର୍ଥୀ। ତେବେ ସୋମବାର ଶିକ୍ଷାନୁଷ୍ଠାନ ଖୋଲିଥିବାରୁ ପାଠ ପଢିବାକୁ ଆସିଥିଲେ ଛାତ୍ରଛାତ୍ରୀ। କ୍ୟାମ୍ପସରେ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ଶିକ୍ଷାନୁଷ୍ଠାନ ଯାଇ ସ୍ଥିତି ପରଖିଥିଲେ।
ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଓ ଶ୍ରେଣୀଗୃହରେ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି।
ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ ସମସ୍ତ ହଷ୍ଟେଲ ଖୋଲିଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଭିନ୍ନ ହଷ୍ଟେଲ ଯାଇ ସ୍ଥିତି ମଧ୍ୟ ପରଖିଛନ୍ତି। ଅନ୍ତେବାସୀ ପ୍ରବେଶ ବେଳେ ପଞ୍ଜୀକରଣ କରି ରୁମକୁ ଯାଇଛନ୍ତି। ବିଦ୍ୟାର୍ଥୀଙ୍କ ସୁରକ୍ଷା ପାଇଁ ହଷ୍ଟେଲରେ ଆଇସୋଲେସନ ରୁମ୍‌ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ରାଜଧାନୀ ମହାବିଦ୍ୟାଳୟକୁ ଯାଇ ପାଠପଢ଼ା ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିଛି। ସାମାଜିକ ଦୂରତା ଓ ଅନ୍ୟ ନିୟମ ପାଳନ ହେଉଛି। ପିଲା ଅନ୍‌ଲାଇନ୍‌ କିଛି କୋ‌ର୍ସ ସରିଛି ବୋଲି କହିଛନ୍ତି। ମାର୍ଚ୍ଚ ୧୬ରେ ପରୀକ୍ଷା ଥିବାରୁ ଏହାପୂର୍ବରୁ ସମସ୍ତ ପାଠ୍ୟକ୍ରମ ସାରିବା ସହ ରିଭିଜନ୍‌କୁ ବି ଗୁରୁତ୍ବ ଦିଆଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories