www.samajalive.in
Monday, December 8, 2025
27.1 C
Bhubaneswar

ଇତିହାସ ରଚିଥିବା ମହିଳା ପାଇଲଟଙ୍କୁ ସମ୍ବର୍ଦ୍ଧନା

ବେଙ୍ଗାଲୁରୁ : ଉତ୍ତର ମେରୁ ଉପର ଦେଇ ଦୀର୍ଘତମ ଆକାଶ ପଥରେ ବିମାନ ଉଡ଼ାଇ ଇତିହାସ ରଚନା କରିଛନ୍ତି ଏୟାର ଇଣ୍ଡିଆର ଚାରି ଜଣିଆ ମହିଳା ବୈମାନିକ (ପାଇଲଟ) ଦଳ। କ୍ୟାପଟେନ୍‌ ଜୋୟା ଅଗରୱାଲଙ୍କ ନେତୃତ୍ବରେ ତନ୍ମୟୀ ପାପାଗାରି, ଆକାଂକ୍ଷା ସୋନାୱାନେ ଓ ଶିବାଙ୍ଗୀ ମାନହଂସ ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରୁ ଉଡ଼ାଣ ଆରମ୍ଭ କରି ପ୍ରାୟ ୧୮ଘଣ୍ଟା ପରେ ସୋମବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ସ୍ଥାନୀୟ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେମାନେ ବୋଇଂ-୭୭୭ ଏଆଇ-୧୭୬ ବିମାନରେ ମୋଟ ୧୬ହଜାର କିଲୋମିଟର ପଥ ଅତିକ୍ରମ କରିଛନ୍ତି। ସେମାନେ ସାନ୍‌ଫ୍ରାନ୍ସିସ୍‌କୋରୁ ସ୍ଥାନୀୟ ସମୟ ଶନିବାର ସକାଳ ସାଢ଼େ ୮ଟାରେ ବାହାରି ସୋମବାର ଭୋର ୩ଟା ୪୫ରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ଏହି ସିଧାସଳଖ ଉଡ଼ାଣ ଦ୍ବାରା ୧୦ ଟନ୍‌ ଇନ୍ଧନ ସହ ବିପୁଳ ସମୟ ବଞ୍ଚାଯାଇପାରିଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ୪ ବୈମାନିକଙ୍କୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories