www.samajalive.in
Tuesday, December 9, 2025
15.1 C
Bhubaneswar

ପିଠିରେ ଯନ୍ତ୍ରଣା ସତ୍ତ୍ବେ ଲଢୁଆ ବ୍ୟାଟିଂ କରିଥିଲେ ଅଶ୍ବିନ

ସିଡନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ​ରେ ଏଠାରେ ଖେଳାଯାଇଥିବା ୩ୟ ଟେଷ୍ଟ ମ୍ୟାଚ୍‌ ଡ୍ର’ ରହିଛି। ଅଷ୍ଟ୍ରେଲିଆ ୩ୟ ଟେଷ୍ଟରେ ବିଜୟୀ ହେବ ବୋଲି ଊଣା ଅଧିକେ ଅଧିକାଂଶ କ୍ରିକେଟ୍‌ ପ୍ରଶଂସକ ଆଶା ରଖିଥିଲେ। ତେବେ ଦ୍ବିତୀୟ ଇନିଂସରେ ଭାରତୀୟ ଦଳର ବ୍ୟାଟସ ମ୍ୟାନ୍‌ମାନେ ଲଢୁଆ ବ୍ୟାଟିଂ କରି ମ୍ୟାଚ୍ ଡ୍ର ରଖିବାକୁ ସକ୍ଷମ ହୋଇଥିଲେ। ଦ୍ବିତୀୟ ଇନିଂସରେ ଭାରତୀୟ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ହନୁମା ବିହାରୀ ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଅଶ୍ବିନ୍‌ଙ୍କ ପିଠିରେ ପ୍ରବଳ ଯନ୍ତ୍ରଣା ସତ୍ତ୍ବେ ସେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ ବୋଲି ସୂଚନା ନେଇଛନ୍ତି ତାଙ୍କ ପତ୍ନୀ ପ୍ରିଥି। ମ୍ୟାଚ୍‌ ଡ୍ର ରହିବା ପରେ ପ୍ରିଥି ଟ୍ବିଟ୍‌ କରି ଦର୍ଶାଇଛନ୍ତି ରବିବାର ରାତିରେ ଅଶ୍ବିନ୍‌ଙ୍କ ପିଠିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ସୋମବାର ସକାଳେ ସେ ତଳକୁ ନଇଁ ନିଜ ଜୋତା ଲେସ୍‌ ବାନ୍ଧିବା ଅବସ୍ଥାରେ ନ ଥିଲେ। ତେବେ ଦ୍ବିତୀୟ ଇନିଂସରେ ସେ ଲଢୁଆ ବ୍ୟାଟିଂ କରି ମ୍ୟାଚ୍‌ ଡ୍ର ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖି ଆଶ୍ଚର୍ଯ୍ୟ ଲାଗିଲା। ପତ୍ନୀଙ୍କ ଟୁଇଟ୍‌ ପଢ଼ିବା ପରେ ଅଶ୍ବିନ୍‌ ଟ୍ବିଟ୍‌ କରି କଠିନ ସମୟରେ ପାଖେ ପାଖେ ରହିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories