www.samajalive.in
Sunday, December 7, 2025
26.1 C
Bhubaneswar

ଅଙ୍ଗନୱାଡ଼ି ଯାଉଛି ଜିଲାପାଳଙ୍କ ଝିଅ

ଭୋପାଳ: ଅଙ୍ଗନୱାଡ଼ି କେନ୍ଦ୍ରରେ ସାଧାରଣତଃ ଗରିବ ପରିବାରର ପିଲାମାନେ ପାଠ ପଢ଼ିଥାନ୍ତି। ମଧ୍ୟବିତ୍ତ ଅଥବା ଧନୀ ଶ୍ରେଣୀର ପିଲାମାନେ ପ୍ଲେ ସ୍କୁଲ ଯାଇଥାନ୍ତି। କିନ୍ତୁ ଜଣେ ଜିଲାପାଳ ନିଜର ଛୋଟ ଝିଅକୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ପଠାଇଛନ୍ତି। ଆର୍ଥିକ ସ୍ବଚ୍ଛଳ ଏବଂ ଧନୀ ଶ୍ରେଣୀର ଅଭିଭାବକମାନେ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତି ବିମୁଖତା ପ୍ରକାଶ କରି ସେମାନଙ୍କ ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ଲାଗି ପ୍ଲେ ସ୍କୁଲକୁ ପଠାଉଥିବାବେଳେ ଜିଲାପାଳ ଏଭଳି ପଦକ୍ଷେପ ନେଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ଘଟଣାଟି ମଧ୍ୟପ୍ରଦେଶର। ରାଜ୍ୟର ଖଣ୍ଡୱା ଜିଲାର ଜିଲାପାଳ ତନ୍‌ଭୀ ସୁନ୍ଦ୍ରିୟାଲ ପ୍ରାଥମିକ ଶିକ୍ଷାକୁ ନେଇ ବଡ଼ ବଡ଼ କଥା କହୁଥିବା ବ୍ୟକ୍ତିଙ୍କୁ ଉଚିତ ଶିକ୍ଷା ଦେବା ଲାଗି ଏପରି ପଦକ୍ଷେପ ନେଇଛନ୍ତି। ସେ ଅଙ୍ଗନୱାଡ଼ି କେନ୍ଦ୍ରରେ ନିଜ ୧୪ ମାସର ଝିଅର ନାମ ଲେଖାଇବା ସହ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଉଦ୍ୟମ ପ୍ରଥମେ ନିଜଠାରୁ ଆରମ୍ଭ ହେବା ଉଚିତ ବୋଲି କହିଛନ୍ତି। କୌଣସି ଜିଲାପାଳ ଝିଅକୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ପଠାଇବା ଏହା ପ୍ରଥମ ଘଟଣା। ଜିଲାପାଳ ତନ୍‌ଭୀଙ୍କ ସ୍ବାମୀ ପଙ୍କଜ ଜୈନ ସହରାଞ୍ଚଳ ପ୍ରଶାସନ ବିଭାଗରେ ଉଚ୍ଚାୟୁକ୍ତ ଅଛନ୍ତି। ଜିଲାପାଳଙ୍କ ଏପରି ପଦକ୍ଷେପକୁ ନେଇ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଚିଠି ଲେଖି ପ୍ରଶଂସା କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories