ରାଜଧାନୀରୁ କୋକେନ ଜବତ ଘଟଣା : ଟାର୍ଗେଟ୍‌ରେ ଥିଲା ୨୦୨୩ ହକି ବିଶ୍ବକପ୍‌

ଅଧିକ େଜରା ପାଇଁ ୫ ଦିନିଆ ଜିମାରେ ଆଣିବ ଏସ୍‌ଟିଏଫ

ଭୁବନେଶ୍ୱର : ଗଞ୍ଜେଇ ଓ ଧଳାଜହର ପରେ ରାଜଧାନୀରେ ଠାବ ହୋଇଛି କୋକେନ ବେପାର। ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖାର ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ) ମଙ୍ଗଳବାର ଭୁବନେଶ୍ୱରର ଜାଭିୟର ଛକରୁ ୨୦୨ ଗ୍ରାମ୍‌ର କୋକେନ ଜବତ ପରେ ୨୦୨୩େର ହେବାକୁ ଥିବା ହକି ବିଶ୍ବକପ୍‌କୁ ନଜରରେ ରଖି େକାେକନ କାରବାର ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ରାଜଧାନୀରେ ବିଭିନ୍ନ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ବିେଦଶୀ ପର୍ଯ୍ୟଟକଙ୍କ ସମେତ କ୍ରୀଡ଼ାପ୍ରେମୀଙ୍କ ଆଗମନ ହେଉଛି। ଏହାକୁ ନଜରରେ ରଖି ନିଶା ବେପାରୀ ରାଜଧାନୀରେ କୋକେନ ବ୍ୟବସାୟ ଆରମ୍ଭ କରିଛନ୍ତି। ବିଦେଶୀ ଗ୍ରାହକଙ୍କ ଚାହିଦା ଦେଖି ଦିଲ୍ଲୀ, ମୁମ୍ବଇ ଓ ଗୋଆରୁ ଆଣି ଓଡ଼ିଶାରେ କୋକେନ ପହଞ୍ଚାଉଥିଲେ ରାଜ୍ୟ ବାହାରର ବ୍ୟବସାୟୀ। ମଙ୍ଗଳବାର ରାଜସ୍ଥାନର ରବି ସିଂହ ଓ ଭୁବନେଶ୍ବର ତାରିଣୀ ବସ୍ତିରେ ରହୁଥିବା ସନ୍ନିକୁମାର ଗିରଫ ହେବା ପରେ ଏହି ଦାମୀ ନିଶା କାରବାରର ନେଟୱାର୍କ ସମ୍ପର୍କରେ ଜଣାପଡ଼ିଛି। ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଚୁଡ଼ି ଦୋକାନୀ ସନ୍ନି କୁମାରକୁ ଦିଲ୍ଲୀର ଟ୍ରାଭେଲ ବ୍ୟବସାୟୀ ରବି ସିଂହ କୋକେନ ଯୋଗାଉଥିଲା। ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ କେଉଁ ବାଟ ଦେଇ ଓଡ଼ିଶାକୁ ଆସୁଛି କୋକେନ ସେ ଦିଗରେ ତଦନ୍ତ କରୁଛି ଏସ୍‌ଟିଏଫ। ଏପରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଅଧିକ ତଥ୍ୟ ପାଇଁ ଉଭୟଙ୍କୁ ୫ଦିନିଆ ଜିମାରେ ଆଣିବାକୁ ଏସ୍‌ଟିଏଫ ଆବେଦନ କରିଥିବା ଜଣାପଡ଼ିଛି।
ଓଡ଼ିଶାରେ ହେବାକୁ ଥିବା ୨୦୨୩ ହକି ବିଶ୍ୱକପ୍‌କୁ ଟାର୍ଗେଟ୍ କରିଥିଲେ ନିଶା ମାଫିଆ। ୨୦୧୮ ପୁରୁଷ ହକି ବିଶ୍ବକପ୍‌ ସମୟରେ ଧଳାଜହର କାରବାର ମାତ୍ରାଧିକ ଭାବେ ବୃଦ୍ଧି ପାଇଥିଲା ଏବଂ  ସେହି ଅନୁସାରେ ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ଚଢ଼ଉ କରୁଥିଲେ।
ରବିର ବିଦେଶ ବେପାରୀଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିଛି। ଭୁବନେଶ୍ବର ଜାଭିୟର ଛକରେ ଏକ ତାରକା ହୋଟେଲ ସମ୍ମୁଖରେ ଏସଟିଏଫ୍ ହାତରେ ଦୁଇ ଅଭିଯୁକ୍ତ ଧରାପଡ଼ିଥିଲେ । ସେମାନଙ୍କ ଠାରୁ କିଛି ବିଦେଶୀ ମୁଦ୍ରା ମଧ୍ୟ ଜବତ କରାଯାଇଥିଲା। ଦୁଇ ଜଣଙ୍କ ମୋବାଇଲ କଲ ରେକର୍ଡରୁ ସେମାନଙ୍କ ନେଟୱାର୍କର ଚେର ଖୋଜୁଛି ଏସ୍‌ଟିଏଫ।
ବିେଦଶୀ ପର୍ଯ୍ୟଟକ ରହୁଥିବା ହୋଟେଲକୁ ପ୍ରାଥମିକତା େଦଉଥିବା ବେଳେ ରାଜଧାନୀ କିଛି ପ୍ରମୁଖ ବାର୍‌ ଓ ପବ୍‌କୁ ଟାର୍ଗେଟ କରିଥିଲା ସନ୍ନି। ବିେଶଷକରି ବିେଦଶୀ ଅତିଥି, ସମ୍ଭ୍ରାନ୍ତ ଘର ପିଲା ଆସୁଥିବା ପବ୍‌ ଓ ବାର୍‌ରେ ମଧ୍ୟ ବେପାର ଆରମ୍ଭ କରିବା ଯୋଜନା ରଖିଥିଲା।

kalyan agarbati

Comments are closed.