www.samajalive.in
Thursday, December 11, 2025
13.1 C
Bhubaneswar

ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : କରୋନା ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ି ସେ ଚିଠି ଲେଖିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଚାହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି। ପ୍ରସ୍ତାବ ଉପରେ ଅନ୍ୟ ରାଜ୍ୟମାନେ ମଧ୍ୟ ଆଲୋଚନା କରି ଏକ ଚୂଡ଼ାନ୍ତ ନିଷ୍ପତି ନେବାକୁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବରେ ଗ୍ଳୋବାଲ ମାର୍କେଟରୁ ଟିକା କଣି ରାଜ୍ୟମାନଙ୍କୁ ଯୋଗାଇ ଦେବା ସମ୍ପର୍କରେ ଉଲ୍ଲେଖ କରିଛନ୍ତିି। ଏଥିସହିତ ଟିକାକରଣ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯାଇ ରାଜ୍ୟମାନଙ୍କୁ ଟିକାକରଣ ନେଇ ଅନୁମତି ଦେବାକୁ ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି। ରାଜ୍ୟର ବହୁସ୍ଥାନରେ ସ୍ଥାନରେ ଇଂଟରନେଟର ସୁବିଧା ନଥିବାରୁ ଏବଂ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିକାକରଣ ନେଇ ପଞ୍ଜୀକରଣ କରିବାରେ ଅସୁବିଧା ହେଉଛି। ଏଣୁ ଏଭଳି ସ୍ଥିତିରେ ରାଜ୍ୟକୁ ଟିକାକରଣ ନେଇ ନିଜସ୍ୱ ମେକାନିଜମ୍‍ ଜରିଆରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ କ୍ଷମତା ଦେବା ପାଇଁ ଉଲ୍ଲେଖ କରିଛନ୍ତି।
ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ଆମ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା। ଯୁଦ୍ଧକାଳୀନ ଭିତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ। କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି। କିନ୍ତୁ ଟିକା କଂପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି। ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ଦେଉ। ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ କରୋନା ଟିକା ନେଇ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରରେ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ସିିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ସାମିଲ ହୋଇ ନ ଥିଲେ। ସେହିପରି ବିଦେଶୀ ଟିକା କମ୍ପାନୀ ଫାଇଜର ଓ ମଡେର୍ଣ୍ଣା ମଧ୍ୟ ଟିକା ଯୋଗାଇବା ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories