www.samajalive.in
Tuesday, December 9, 2025
26.1 C
Bhubaneswar

ହାପ୍‍କିନ୍‍ ବାୟୋଫାର୍ମାକୁ ମିଳିଲା ଅନୁମତି, ବର୍ଷକୁ ମିଳିବ ୨୨ କୋଟି କରୋନା ଟିକା

୨୦୨୧ ଡିସେମ୍ବର ସୁଦ୍ଧା ଦେଶର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କୋଭିଡ ପ୍ରତିଷେଧକ ଟିକା ଦେବାକୁ ସରକାର ଘୋଷଣା କରିଛନ୍ତି। ଗତକାଲି ଆଇ.ସି.ଏମ୍‍.ଆର୍‍. ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଏ ସଂପର୍କରେ ଘୋଷଣା କରିବା ପରେ ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ମିଳିଥିବା ସୂଚନା ଅନୁଯାୟୀ, ଅଧିକ ଟିକା ଉତ୍ପାଦନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ହାପ୍‍କିନ୍‍ ବାୟୋଫାର୍ମା କମ୍ପାନୀକୁ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ ଲାଗି ବ୍ୟବସ୍ଥା କରାଯାଇଛି। ଏହି କମ୍ପାନୀ ଭାରତ ବାୟୋଟେକ୍‍ ସହିତ ମିଳିତ ଭାବେ ବାର୍ଷିକ ୨୨ କୋଟି ୮ଲକ୍ଷ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ କରିବ। ଭାରତ ବାୟୋଟେକ୍‍ ସଂପୃକ୍ତ ହାପ୍‍କିନ୍‍ ବାୟୋଫାର୍ମାକୁ ଟିକା ପ୍ରସ୍ତୁତିର ଜ୍ଞାନକୌଶଳ ଯୋଗାଇଦେବ।

ଆତ୍ମନିର୍ଭର ଭାରତର ତୃତୀୟ ପର୍ଯ୍ୟାୟ କୋଭିଡ ସୁରକ୍ଷା ଅଭିଯାନ ଅଧୀନରେ ହାଇଦ୍ରାବାଦର ଇଣ୍ଡିଆନ୍‍ ଇମୁନୋଲୋଜିକାଲ୍‍ସ ଲିମିଟେଡ୍‍ ଏବଂ ଉତ୍ତରପ୍ରଦେଶ ବୁଲନ୍ଦ ସହରର ଭାରତ ଇମୁନୋଲୋଜିକାଲ୍‍ସ ଆଣ୍ଡ୍‍ ବାୟୋଲୋଜିକାଲ୍‍ ଲିମିଟେଡ୍‍ ଏହି ଟିକା ପ୍ରସ୍ତୁତିରେ ସହାୟତା କରିବେ।

- Advertisement -

ହାପ୍‍କିନ୍‍ ବାୟୋଫାର୍ମାର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପ ରାଠୋର୍‍ କହିଛନ୍ତି କମ୍ପାନୀ ବର୍ଷକୁ ୨୨ କୋଟିରୁ ଅଧିକ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ କରିବ। ଏଥିପାଇଁ କେନ୍ଦ୍ର ସରକାର ୬୫ କୋଟି ଟଙ୍କା ସହାୟତା ଯୋଗାଇ ଦେଇଥିବା ବେଳେ ମହାରାଷ୍ଟ୍ର ସରକାର ୯୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। କମ୍ପାନୀ ପକ୍ଷରୁ ଟିକା ପ୍ରସ୍ତୁତି ନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ସେ କହିଛନ୍ତି। ବାୟୋଟୋକ୍ନୋଲେଜି ସଚିବ ଡକ୍ଟର ରେଣୁ ସ୍ୱରୂପ କହିଛନ୍ତି ଦେଶର ବୃହତ ଜନସଂଖ୍ୟାକୁ ଶୀଘ୍ର ଟିକାକରଣ କରିବା ଦିଗରେ ଏହି ପଦକ୍ଷେପ ଅତ୍ୟନ୍ତ ସହାୟକ ହେବ। ସୂଚନାଯୋଗ୍ୟ ହାପ୍‍କିନ୍‍ ବାୟୋଫାର୍ମା ୧୨୨ ବର୍ଷ ତଳର ଗବେଷଣା ପ୍ରତିଷ୍ଠାନ, ଯାହା ପ୍ଲେଗ୍‍ ରୋଗର ଟିକା ଉଦଭାବନ କରିଥିବା ଭୂତାଣୁବିତ୍‍ ୱାଲ୍ଡମର ହାପ୍‍କିନ୍‍ଙ୍କ ନାମରେ ନାମିତ ହୋଇଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories