www.samajalive.in
Sunday, December 7, 2025
26.1 C
Bhubaneswar

ଗୋପବନ୍ଧୁଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ: କହିଲେ ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ

ପୁରୀ:ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ । ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୁଖ୍ୟମନ୍ତ୍ରୀ ସୁଆଣ୍ଡୋ ଗାଁ ବୁଲି ଲୋକଙ୍କ ସହିତ କଥା ହୋଇଛନ୍ତି। ଲୋକଙ୍କ ଭଲ ମନ୍ଦ ବୁଝିବା ସହ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ। ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିବୁ। ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ । ୨୪ ବର୍ଷ ଭିତରେ ସରକାର ଘଟଣାସ୍ଥଳକୁ ଯିବା ସାମ୍ନାକୁ କମ୍ ଆସିଛି। ଏହା ଗରିବଙ୍କ ସରକାର , ଗରିବ ହିସାବରେ ଆସିଛୁ । ଗ୍ରାମବାସୀଙ୍କ ସହ କଥୋପକଥନ ସମୟରେ ଆହୁରି ମଧ୍ୟ ସେ କହିଥିଲେ ଯେ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି। ଏସବୁ ଖୁବ୍‌ ଶୀଘ୍ର ପୂରଣ ହେବ। ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଆସିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories